• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆବର୍ଷରେ ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପ୍ରଥମ ଥର ପାଇଁ ଦେଶର ଏମିତି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ । ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଯଥା ଆକାଶଗଙ୍ଗା, ରେଡିଏସନ୍, ପଲସର୍ ସମେତ ବ୍ଲାକହୋଲ୍ସ ଆଦିର ଷ୍ଟଡି କରିବ । ତା’ସହ ଏସବୁର ଉତ୍ସ ଗୁଡ଼ିକର ଫଟୋ ଉଠାଇବ ।

ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ଏହି ମିଶନ୍ ୨୦୧୭ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା । ମିଶନରେ ନିବେଶ ହୋଇଛି ୯.୫୦ କୋଟି ଟଙ୍କା । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ସାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ । ଏହି ଉପଗ୍ରହର ଦୁଇଟି ପେଲୋଡସ୍ ଅଛି । ପ୍ରଥମଟି POLIX ଏବଂ ଦ୍ୱିତୀୟଟି XSPECT ।