• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆବର୍ଷରେ ନୂଆ ନିୟମ । ଏଣିକି ନୂଆବର୍ଷରୁ କାମ ଦେବନି UPI ଆଇଡି । ଯେଉଁମାନେ ଦୀର୍ଘ ଦିନ ହେବ ନିଜ UPI ବ୍ୟବହାର କରୁନାହାନ୍ତି । ତେବେ ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯିବ । ନ୍ୟାସନାଲ୍‌ ପେମେଣ୍ଟ କର୍ପୋରେସନ୍‌ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସମୟରେ ଲୋକେ ୟୁପିଆଇ ସହ ଏତେ ଜଡ଼ିତ ରହିଛନ୍ତି ଯେ, ପକେଟ୍‌ରେ ଟଙ୍କା ହିଁ ରଖୁନାହାନ୍ତି । ତେବେ ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ । କେବଳ ଯେଉଁମାନେ ବର୍ଷେରୁ ଅଧିକ ସମୟ ହେବ ନିଜ UPI କୁ ବ୍ୟବହାର କରିନାହାନ୍ତି । ସେମାନଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । ଜାନୁଆରୀ ୧ରୁ ଏହି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦିଆଯିବ ବୋଲି ନ୍ୟାସନାଲ୍‌ ପେମେଣ୍ଟ କର୍ପୋରେସନ୍‌(NCPI) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା ନୂଆବର୍ଷରୁ ସିମ୍‌କାର୍ଡ କିଣିବା ପାଇଁ କାଗଜ ଫର୍ମ KYC ପୂରଣ କରିବାକୁ ପଡ଼ିବ ନାହିଁ । ଏହି ପ୍ରକ୍ରିୟାର ବଦଳାଇ ପେପର୍‌ ଲେସ୍‌ KYC ପ୍ରଣାଳୀ ଆରମ୍ଭ ହେବ । ନୂତନ ସିମ୍ କାର୍ଡ ପାଇଁ ଆଧାର କାର୍ଡ ଲିଙ୍କ୍‌ ତଥା ଡିଜିଟାଲ୍ KYC ପ୍ରକ୍ରିୟା ଏଣିକି ଆବଶ୍ୟକ ।

ଯଦି ଆପଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିନାହାଁନ୍ତି, ତେବେ ଏହା କରିବାର ଅନ୍ତିମ ତାରିଖ ହେଉଛି ଡିସେମ୍ବର ୩୧ । ଯଦି ଆପଣ ବିଳମ୍ବ କରୁଛନ୍ତି, ତେବେ ଆପଣଙ୍କୁ ୫ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ ।