• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ହାଜର ହେବାକୁ ନୋଟିସ ମିଳିଛି । ଜମି ଜାଲିଆତି ସହ ମନି ଲଣ୍ତରିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଡି ତରଫରୁ ନୋଟିସ ମିଳିଥିବା ସୂଚନା । ଏହି ମାମଲାରେ ନିଜର ସୁବିଧାଜନକ ତାରିଖ ଦେଖି ହାଜର ହେବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆ ଯାଇଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ଥର ପାଇଁ ଇଡି ତରଫରୁ ନୋଟିସ ମିଳିଛି । ସୂତ୍ର ଅନୁସାରେ, PMLA ର ଧାରା ୫୦ ଅନୁଯାୟୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ ଜାରି କରିଛି । ଏହାପୂର୍ବରୁ ଡିସେମ୍ବର ୧୨ ରେ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡିରେ ହାଜର ହେବାକୁ ନୋଟିସ ଦିଆ ଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାଜର ହୋଇ ନଥିଲେ । ଏନେଇ ବିଜେପି ମଧ୍ୟ ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି ।

ଜମି ଜାଲିଆତି ମାମଲାରେ ସୋରେନଙ୍କୁ ଅଗଷ୍ଟ ମଧ୍ୟଭାଗରେ ମଧ୍ୟ ହାଜର ହେବାକୁ ସମନ କରା ଯାଇଥିଲା । ପ୍ରକାଶ ଥାଉକି, ରାଜ୍ୟର ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ୟସ୍ତ ଥିବା ଦାବି କରି ସେବେ ଡାକରାକୁ ଅଣଦେଖା କରିଥିଲେ । ପୁର୍ନବାର ଅଗଷ୍ଟ ୨୪ ଏବଂ ସେପ୍ଟେମ୍ବର ୯ ରେ ହାଜର ହେବାକୁ ନୋଟିସ ମିଳିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ ।