/odishatv-khabar/media/post_attachments/uploadimage/library/16_9/16_9_0/Bihar_Case_1704092376.jpg)
Bihar Case
ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାରେ । ଅତି ଆଶ୍ଚର୍ଯ୍ୟଜନକ ଭାବେ ରାତାରାତି ପୋଖରୀଟି ଉଭାନ ହୋଇ ଯାଇଛି । ତେବେ ଏପରି କାର୍ଯ୍ୟ କରିଥିବା ଜମି ମାଫିଆ ଫେରାର ହୋଇ ଯାଇଛି ।
ସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୋଖରୀଟି ରାତାରାତି ଗାୟବ ହୋଇ ଯାଇଛି । ବିଗତ କିଛିଦିନ ହେବ ଦରଭଙ୍ଗାରେ ଜମିର ମୂଲ୍ୟ ବୃଦ୍ଧି ହୋଇଛି । ଫଳରେ ଜମି ମାଫିଆମାନେ ପୋଖରୀକୁ ପୋତି ତାଙ୍କୁ ବିକ୍ରି କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ପୋଲିସ କହିଛି ।
ତେବେ ଯେତେବେଳେ ପୋଖରୀ ପୋତିବା ଆରମ୍ଭ ହୋଇଥିଲା, ସେବେ ସ୍ଥାନୀୟ ଲୋକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ପରେ କିଛି ଜୋନାଲ ଅଧିକାରୀଙ୍କ ପାଇଁ ପୋଖରୀ ପୋତିବା ବନ୍ଦ ରହିଥିଲା । କିନ୍ତୁ ରାତିର ଅନ୍ଧାରର ସୁଯୋଗ ନେଇ ମାଫିଆମାନେ ପୋଖରୀ ପୋତିଦେଇଥିଲେ, ଏବଂ ସେଠାରେ କୁଟୀର ନିର୍ମାଣ କରି ଦେଇଥିଲେ ।
ଏନେଇ ଏସଡିପିଓ ଅମିତ କୁମାର କହିଛନ୍ତି ଯେ, ପୋଖରୀଟି ମାତ୍ର ୧୦ ରୁ ୧୫ ଦିନ ମଧ୍ୟରେ ପୋତା ଯାଇଥିଲା । କାମ କେବଳ ରାତିରେ କରାଯାଇଥିଲା । ଅଧିକାରୀମାନେ ପୂର୍ବରୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ କିଛି ଜିନିଷ ମଧ୍ୟ ଜବତ କରିଥିଲେ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ଗତ କିଛିଦିନ ହେଲା ବିହାରରେ ଦେଖିବାକୁ ମିଳୁଛି ।
ଗତ ନଭେମ୍ବର ୨୦୨୨ ରେ ପୁରା ଡିଜେଲ ଇଞ୍ଜିନ ଚୋରି ହୋଇଯାଇଥିଲା । ବେଗୁସରାଇର ଏକ ରେଳ ଷ୍ଟେସନରେ ଏ ଘଟଣାଟି ଘଟିଥିଲା । ଏହାପୂର୍ବରୁ ରୋହତସ ଜିଲ୍ଲାରେ ଏକ ୬୦ ଫୁଟର ବ୍ରିଜ ରାତାରାତି ଚୋରି ହୋଇ ଯାଇଥିଲା । ଏନେଇ ଜଣେ ସରକାରୀ ଅଧିକାରୀଙ୍କ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନିକଟରୁ ୨୪୭ କିଲୋଗ୍ରାମର ଲୁହା ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତମାନେ ଏହାକୁ ଭାଙ୍ଗିବା ପାଇଁ ଜେସିବି ଏବଂ ଗ୍ୟାସ କଟରର ବ୍ୟବହାର କରିଥିଲେ । ମାତ୍ର ତିନି ଦିନ ମଧ୍ୟରେ ବ୍ରିଜଟି ଅଦୃଶ୍ୟ ହୋଇ ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)