ପ୍ରତିଶୋଧ ନେବା ପାଇଁ ସେ ଶେଖରଙ୍କୁ ପାନେ ଦେବେ ବୋଲି ଚିନ୍ତା କଲେ । ଆଉ ବସ୍କୁ ଫସେଇବା ପାଇଁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର ।
କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।
ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।
ପ୍ରଥମେ ଡାକ୍ତରଙ୍କୁ ହନିଟ୍ରାପ୍ରେ ଫଶାଇ ଅପହରଣ କରି ଲୁଟ୍ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି, ଆଉ ଏକ ହନିଟ୍ରାପ୍ କାହାଣୀ ।
ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି।
ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।
ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା।
ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ ।