• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Accident
କାର୍‌କୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ୫ମୃତ

ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Boy Friend Shot Girlfriend
ସଂପର୍କରେ ଫାଟ...ସନ୍ଦେହ ହେବାରୁ ପ୍ରେମିକାକୁ ଗୁଳି କରିଦେଲା ପ୍ରେମିକ

ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

Hemant Soren
ହେମନ୍ତଙ୍କ ଦିଲ୍ଲୀ ଘରେ ପଶିଲା ED; ରାତାରାତି ହେମନ୍ତ ଗାଏବ !

ଇଡ଼ି ରେଡ୍‌ ବେଳେ ସୋରେନ୍‌ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି। 

‘Mom and Dad, I can’t do JEE’
ଜୀବନ ହାରିଲା ଝିଅ; ସୁଇସାଇଡ୍‌ ନୋଟ୍‌ରେ ଲେଖିଲା, ବାପା...ଆଉ ପାରିବିନି, ମୁଁ ସବୁଠୁ ଖରାପ ଝିଅ

ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି । ଛାତ୍ରୀ ଜଣକ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି, ‘ମୁଁ ସବୁଠାରୁ ଖରାପ ଝିଅ... ମା’-ବାପା ମୁଁ ବହୁତ ଦୁଃଖିତ... ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ।’ ...

Google Maps
ଧୋକା ଦେଲା ଗୁଗୁଲ୍‌ ମ୍ୟାପ୍‌ ! ସର୍ଟକଟ୍‌ ମାରୁ ମାରୁ ପାହାଚରେ ଗାଡ଼ି ଗଡ଼ାଇଲେ ଡ୍ରାଇଭର୍‌

ଗୁଗୁଲ ମ୍ୟାପରେ ସର୍ଟକଟ ବାଟ ସର୍ଚ୍ଚ କରିଥିଲେ। ଏହାପରେ ସେ ମ୍ୟାପ ଅନୁସରଣ କରି କାର ଡ୍ରାଇଭିଂ ଆରମ୍ଭ କରିଦେଲେ। ମାତ୍ର ଗୁଗୁଲ ମ୍ୟାପ ତାଙ୍କୁ ନେଇ ଏକ ପାହାଚ ଉପରେ ପହଞ୍ଚାଇ ଦେଲା।

Government College Teacher
ଅଧ୍ୟାପକଙ୍କୁ ଘରେ ପୂରାଇ ଜାଳିଦେଲେ ଦୁର୍ବୃତ୍ତ; ପୋଲିସ କରୁଛି ଛାନ୍‌ଭିନ୍‌

ଅଧ୍ୟାପକ ଦିୟାରାମ ତାଙ୍କ ସାନଭାଇ ଅନୁଜଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ପାଟ୍ରାସା ଗାଁର ଏକ ଘରେ ତାଲା ପକାଇ ଦେଇଛନ୍ତି ।

Filmfare Awards 2024
ଫିଲ୍ମ ଫେୟାର ଆୱାର୍ଡ-୨୦୨୪: ରଣବୀର-ଆଲିଆ ବେଷ୍ଟ ଆକ୍ଟର ଆକ୍ଟ୍ରେସ

'12th Fail'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଫିଲ୍ମ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

Pariksha Pe Charcha
ପରୀକ୍ଷା ସମୟରେ କେମିତି ରହିବେ ଚାପମୁକ୍ତ...ପ୍ରଧାନମନ୍ତ୍ରୀ ଦେଲେ ଟିପ୍ସ

ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Vehicles Fire
ଚାହୁଁ ଚାହୁଁ ଜଳିଗଲା ୪୫୦ରୁ ଅଧିକ ଗାଡ଼ି; ୪ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ

ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍‌ରେ ଏ ନେଇ ଆମପାଖକୁ ଫୋନ୍‌ କଲ୍‌ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

Munawar Faruqui
ମୁନାୱର ଫାରୁକୀ ଜିତିଲେ ‘ବିଗ୍‌ ବସ୍‌’; ମିଳିଲା ୫୦ ଲକ୍ଷ ସହ ନୂଆ କାର୍‌

‘ବିଗ୍‌ ବସ୍‌’ ସୋ’ ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ ୩୨ ବର୍ଷିୟ ଫାରୁକୀଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି । ପୁରସ୍କାର ଆକାରରେ ମୁନାୱର ଫାରୁକୀଙ୍କୁ ନଗଦ ୫୦ ଲକ୍ଷ ଟଙ୍କା ସହ ଏକ କାର୍‌ ମିଳିଛି ।

Nitish Kumar
ନୀତୀଶ ପଲଟାଇଲେ ବିହାର ବାଜି; ସକାଳେ ଇସ୍ତଫା, ସଞ୍ଜରେ ନେଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।

Pariksha Pe Charcha
ପରୀକ୍ଷା-ପେ’ ଚର୍ଚ୍ଚା; ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ଭାରତ ନାଟମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରେଜିଷ୍ଟ୍ରେଷନ କରିଛନ୍ତି ।

Union Budget
କେନ୍ଦ୍ର ବଜେଟ୍‌; କମିପାରେ ଏହିସବୁ ସାମଗ୍ରୀର ଦର

ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି।

Union Budget
ପହିଲାରେ ମୋଦି ସରକାରଙ୍କ ଶେଷ କାମଚଳା ବଜେଟ

ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ୍। ମୋଦୀ ସରକାର ଦ୍ୱିତୀୟ ପାଳିର ଶେଷ କିନ୍ତୁ କାମଚଳା ବଜେଟ୍ । ଲଗାତର ଷଷ୍ଠ ଥର ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Earthquake
ଗୁଜରାଟରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୦

ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା ।

5 people burnt alive
ବାହାରେ ପଡ଼ିଛି ତାଲା, ଘର ଭିତରେ ଜିଅନ୍ତା ଜଳିଗଲା ପୂରା ପରିବାର

ଘରର ମୁଖ୍ୟ କବାଟରେ ତାଲା ପଡିଥିଲା। ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୫ଟି ମୃତଦେହ ଉଦ୍ଧାର କରିଛି।

Nitish Kumar
ବିହାରରେ ପୁଣି ଫେରିଲା NDA ସରକାର, ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।

Accident
ଲାଗିଗଲା ଡ୍ରାଇଭରଙ୍କ ଆଖି, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଭୋର ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । କାରଟି କୋର୍ଟାଲ୍ଲାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକଟି କେରଳରୁ ସିମେଣ୍ଟ ନେଇ ଆସୁଥିବା ବେଳେ କାରକୁ ଧକ୍କା ଦେଇଥିଲେ ।

Mann Ki Baat
‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କୋଟି କୋଟି ଭାରତୀୟଙ୍କୁ ଏକାଠି ଯୋଡ଼ିଛି’

ଚଳିତବର୍ଷ ହିଁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଶ୍ରୀରାମଙ୍କ ରାଜ୍ୱତି ସମ୍ବିଧାନ ପ୍ରଣେତାଙ୍କୁ ମଧ୍ୟ ଅନେକ ପ୍ରେରଣା ଓ ଦିଗଦର୍ଶନ ଯୋଗାଇଥିଲା ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

Nitish Kumar
ନୂଆ ସରକାର ଗଠନ ପାଇଁ ନୀତୀଶଙ୍କ ଦାବି, ସଂଧ୍ୟାରେ ନୀତୀଶଙ୍କ ସହ ୮ ଜଣ ମନ୍ତ୍ରୀ ନେବେ ଶପଥ

ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।

samrat chaudhary
ବିଜେପି ସହ ମିଶି ସରକାର ଗଢ଼ିବେ ନୀତୀଶ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏହି ଦୁଇ ନେତା...

ନୀତୀଶଙ୍କ ନୂଆ ସରକାରରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ପ୍ରଦେଶ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ।

Crime
ସାମାନ୍ୟ ବଚସାରୁ ସ୍ତ୍ରୀକୁ ତିନି ମହଲାରୁ ଫିଙ୍ଗିଦେଲା ସ୍ୱାମୀ

ସ୍ତ୍ରୀଙ୍କ ସହ ଝଗଡାକୁ ନେଇ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ଏହାପରେ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ବିଲ୍ଡିଂର ତୃତୀୟ ମହଲାରୁ ଫିଙ୍ଗି ଦେଇଥିଲେ।

  • Sunday, 28 January 2024
  • Murder
Nitish Kumar Resigns
ବିହାର ରାଜନୀତିରେ ହଟଚମଟ...ଇସ୍ତଫା ଦେଲେ ନୀତୀଶ କୁମାର

'ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଶେଷ କରିବା ନେଇ ନିଷ୍ପତ୍ତି ନେଇଛି। ସବୁଆଡୁ ରାୟ ଆସୁଥିଲା। ଏହି ସରକାର ଶେଷ କରିବାକୁ ନିଷ୍ପତ୍ତି ନେଇଛି'।

Parliament security breach
ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗ...୬ ଅଭିଯୁକ୍ତଙ୍କ ନାଁରେ ଓ୍ବାରେଣ୍ଟ ଜାରି ପାଇଁ ନିର୍ଦ୍ଦେଶ

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ୬ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ସବୁ ଅଭିଯୁକ୍ତଙ୍କ ନାଁରେ ଜାରି ଦେବ ୱାରେଣ୍ଟ।

Stage Collapse
ଜାଗରଣରେ ଝୁମୁଥିଲେ ଭକ୍ତ...ହଠାତ ଭୁଶୁଡିଲା ଷ୍ଟେଜ...ଜଣେ ମୃତ

ପ୍ରାୟ ୧,୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ଲୋକମାନେ ଉତ୍ସାହିତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ। ଭାର ସମ୍ଭାଳି ନପାରି ଷ୍ଟେଜ ଖସିଯାଇଥିଲା।