Advertisment

ବିମାନରେ ଯାତ୍ରୀଙ୍କୁ ଦିଆଯିବ କେତେ ମଦ ? DGCA ଦେଲା ବଡ଼ ଅପଡେଟ୍‌....

ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।

author-image
Santosh Kumar Sahoo
How much alcohol serve in flight

How much alcohol serve in flight

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନରେ ଜଣେ ଯାତ୍ରୀଙ୍କୁ କେତେ ML ମଦ ଦିଆଯିବା ଉଚିତ, ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି । ବାସ୍ତବରେ, ୨୦୨୨ ମସିହାରେ, ଦୁଇଟି ଭିନ୍ନ ଏୟାର ଇଣ୍ଡିଆ ବିମାନରେ ମଦ୍ୟପ ଯାତ୍ରୀମାନେ ଅନ୍ୟ ଯାତ୍ରୀମାନଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଜଣେ ପୀଡିତା ମହିଳା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନରେ DGCAକୁ SOP କରିବାକୁ ଏବଂ ଏପରି ମାମଲା ରୋକିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଇଥିଲା । ଗତ ଶୁଣାଣିରେ କୋର୍ଟ ଏହି ଘଟଣାରେ ଡିଜିସିଏଙ୍କଠାରୁ ଉତ୍ତର ମାଗିଥିଲେ ।

Advertisment

ନିକଟରେ ଡିଜିସିଏ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ଉତ୍ତର ଦାଖଲ କରିଛନ୍ତି । ଡିଜିସିଏ କୋର୍ଟଙ୍କୁ କହିଛନ୍ତି ଯେ ଏଭଳି ଅଭଦ୍ର ବ୍ୟବହାର ରୋକିବା ପାଇଁ CAR ରହିଛି। ଯେଉଁଥିରେ ବିମାନରେ ମଦ୍ୟପାନ କରିବାର ସୀମା ସ୍ପଷ୍ଟ ଭାବେ କୁହାଯାଇଛି । ଡିଜିସିଏ ନିୟମ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ କେତେ ମଦ୍ୟପାନ କରାଯିବା ଉଚିତ୍, ଯାହା ଦ୍ୱାରା ଯାତ୍ରୀ ଜଣକ ଉଡ଼ାଣ ସମୟରେ ଅଭଦ୍ର ବ୍ୟବହାର ନ କରନ୍ତି ତାହା ଉକ୍ତ ବିମାନ କମ୍ପାନୀ ଏବଂ ବିମାନରେ ଥିବା କର୍ମଚାରୀଙ୍କ ବିବେକ ଉପରେ ନିର୍ଭର କରେ ।

କୋର୍ଟରେ ଉପସ୍ଥାପିତ ହୋଇଥିବା ଆବେଦନରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରିବା ପ୍ରସଙ୍ଗରେ କ୍ରୁ ସଦସ୍ୟମାନେ ସମ୍ବେଦନଶୀଳ ନଥିଲେ । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ କ୍ରୁ ସଦସ୍ୟମାନେ ଏହି ଘଟଣାରେ ଅବହେଳା କରୁଛନ୍ତି । ଯେଉଁଥିପାଇଁ ତାଙ୍କର ସମ୍ମାନହାନୀ ହୋଇଛି ।

Advertisment

ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ଆବେଦନକାରୀ ଜଣଙ୍କ ବିମାନରେ ପରିସ୍ରା କରିବା ମାମଲାର ଶିକାର ହୋଇଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ କ୍ରୁ ସଦସ୍ୟମାନେ ଅଭିଯୁକ୍ତଙ୍କୁ ଅଧିକ ମଦ ପରିବେଷଣ କରିଥିଲେ । ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ସେମାନଙ୍କ ଉପରେ ଆପୋଷ ବୁଝାମଣା କରାଯାଇଥିଲା ।

DGCA Airlines
Advertisment
Advertisment