Advertisment

Delhi Assembly: ହଟ୍ଟଗୋଳ କରି ସସପେଣ୍ଡ ହେଲେ ୨୨ ଆପ୍ ବିଧାୟକ, ଉପସ୍ଥାପିତ ହେଲା ଅବକାରୀ ନୀତି ଘୋଟାଲା

ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ । ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ । ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ହଟ୍ଟଗୋଳ କରି ସସପେଣ୍ଡ

ହଟ୍ଟଗୋଳ କରି ସସପେଣ୍ଡ

ଦିଲ୍ଲୀ ବିଧାନସଭାରେ ପ୍ରବଳ ହଙ୍ଗାମା। ଗୃହରେ ହଟ୍ଟଗୋଳ କରିବାରୁ ୨୨ ଆପ୍ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କଲେ ବାଚସ୍ପତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଉପ-ରାଜ୍ୟପାଳ ଭି କେ ସାକ୍ସେନା ଅଭିଭାଷଣ ରଖିଥିଲେ। ଏହି ସମୟରେ ଆପର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ। ବିଜେପି ବିରୋଧରେ ଉଚ୍ଚ ସ୍ୱରରେ ସ୍ଲୋଗାନ ଦେଇଥିଲେ। ସିଏଜି (CAG) ରିପୋର୍ଟ ଉପସ୍ଥାପନକୁ ନେଇ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ । ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ । ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ହେବା ପରେ ବିଧାନସଭା ବାହାରକୁ ଆସି ଆପ୍ ବିଧାୟକମାନେ ଧାରଣା ଦେଇଛନ୍ତି । ତେବେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଧାନସଭାରେ ଅବକାରୀ ନୀତି ଘୋଟାଲା ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଦାୟିତ୍ବ ନେଉ ନେଉ ଆକ୍ସନ୍ ମୋଡ୍‌ରେ CM

Advertisment

ଏବେ ରଦ୍ଦ ହୋଇଥିବା ୨୦୨୧-୨୨ର ଏହି ଅବକାରୀ ନୀତି ଘୋଟାଲାରେ ଆପର ବହୁ ବରିଷ୍ଠ ନେତା ଗିରଫ ହୋଇ ଜେଲ୍ ଯାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ସାଂସଦ ସଞ୍ଜୟ ସିଂହ ଏହି ଦୁର୍ନୀତିରେ ଜଡିତ ଥିବା ଅଭିଯୋଗରେ ଜେଲ୍ ଯାଇଛନ୍ତି । ଏହି ଅବକାରୀ ନୀତି ଦ୍ୱାରା ସରକାରଙ୍କର ୨୦୦୦ କୋଟି ଟଙ୍କା କ୍ଷତି ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଧାରଣାରେ ବସିଥିବା ଆପ୍ ବିଧାୟକମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସମ୍ୱିଧାନ ପ୍ରଣେତା ବି.ଆର୍.ଆମ୍ୱେଦକରଙ୍କ ଫଟୋ କଢ଼ାଯିବା ଘଟଣାକୁ ନେଇ ଆମେ ଧାରଣାରେ ବସିଛୁ । ତେବେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଛି ଯେ, ଏହି ଅବକାରୀ ନୀତି ପ୍ରଣୟନ ବେଳେ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅଣଦେଖା କରିଥିଲେ ଆପ୍ ସରକାର ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ରେଖା ସରକାର; ଶପଥ ନେଲେ ୫ମନ୍ତ୍ରୀ

Delhi Assembly Rekha Gupta BJP AAP
Advertisment
Advertisment