• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ଏଥି ପାଇଁ ଜମିଲାଣି ବି ପ୍ରଚାର । କିନ୍ତୁ ନିର୍ବାଚନକୁ ନେଇ ଏବେ ଚର୍ଚ୍ଚାରେ ଶୁଆ । ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛି ଶୁଆ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଅଞ୍ଚଳରେ । ଲୋକଙ୍କ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରୁଥିବା ଏକ ଶୁଆ ମାଲିକକୁ ଗିରଫ କରିଛି ପୋଲିସ । ବାସ୍ତବରେ, କୁଡାଲୋର ଲୋକସଭା ଆସନରୁ କିଏ ଜିତିବ ବୋଲି ପୂର୍ବାନୁମାନ କରିଥିଲା ଶୁଆ ।  ଶୁଆକୁ ବନ୍ଦୀ ରଖି ସେ ଏଭଳି ଭବିଷ୍ୟବାଣୀ କରୁଥିବାରୁ ଏହାର ମାଲିକ ସେଲଭ୍‌ରାଜଙ୍କୁ ଗିରଫ କରାଯାଇଛି ।

ଶୁଆର ମାଲିକ ଏହାକୁ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା । ବନ ବିଭାଗର ରେଞ୍ଜର ଜେ ରମେଶ କହିଛନ୍ତି ଯେ, ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ଶୁଆଙ୍କୁ 'ସିଡ୍ୟୁଲ୍-୨ ପ୍ରଜାତି' ଶ୍ରେଣୀଭୁକ୍ତ କରାଯାଇଛି ଏବଂ ସେମାନଙ୍କୁ ବନ୍ଦୀ କରି ରଖିବା ଏକ ଅପରାଧ । ବନ ଅଧିକାରୀ କହିଛନ୍ତି ଯେ ତାଙ୍କୁ ୧୦,୦୦୦ ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । 

ଏପ୍ରିଲ ୧୯ରେ ତାମିଲନାଡୁର କୁଡାଲୋର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। କୁଡାଲୋର ଲୋକସଭା ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି ଏବଂ ବର୍ତ୍ତମାନ ଭୋଟ୍ ପାଇଁ ପ୍ରସ୍ତୁତି ଚାଲିଛି । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ତୃଣମୂଳ ସ୍ତରରେ ନିଜକୁ ମଜବୁତ କରିବା ପାଇଁ ଲାଗି ପଡ଼ିଛନ୍ତି । ଗତଥର ୨୦୧୯ ଲୋକସଭା ନିର୍ବାଚନରେ ​​ଡିଏମ୍‌କେର ଟିଆରଭିଏସ୍ ରମେଶ କୁଡାଲୋର ଆସନରୁ ପିଏମ୍‌କେର ଡ଼ଃ ଆର ଗୋବିନ୍ଦାସ୍ୱାମୀଙ୍କୁ ପ୍ରାୟ ୧.୫ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

କିନ୍ତୁ଼ ଏହି ନିର୍ବାଚନରେ ​​ବିଜେପି ଏବଂ ପିଏମ୍‌କେ ମଧ୍ୟରେ ମେଣ୍ଟ ହୋଇଛି । ପିଏମ୍‌କେ ଥଙ୍କର ବଚନଙ୍କୁ ପ୍ରାର୍ଥୀ କରିଛି । ଏଥି ସହିତ ଇଣ୍ତି ମେଣ୍ଟରେ ଡିଏମ୍‌କେ ସାମିଲ ହୋଇଥିବା ବେଳେ ଏହି ଆସନଟି କଂଗ୍ରେସ ଖାତାକୁ ଯାଇଛି । ତେବେ କଂଗ୍ରେସ ଏମ.କେ ବିଷ୍ଣୁ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି ।