Advertisment

Ration Card: ଖୁସି ଖବର; ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି, କିନ୍ତୁ କାହାର କାର୍ଡ କଟିବନି। ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ। କାହାର ଆୟ କେତେ, ତା’ପରେ କାର୍ଡ କଟିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rasan card

Rasan card

ହିତାଧିକାରୀଙ୍କ ପାଇଁ ଖୁସିଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଫିଜିକାଲ ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ ବୋଲି ଆଜି ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Advertisment

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି, କିନ୍ତୁ କାହାର କାର୍ଡ କଟିବନି। ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ। କାହାର ଆୟ କେତେ ତା’ପରେ କାର୍ଡ କଟିବ।

ଅଧିକ ପଢ଼ନ୍ତୁ: ଆଜି ତୁରନ୍ତ କରନ୍ତୁ ଏହି କାମ.. ନହେଲେ କଟିବ ରାସନ କାର୍ଡ

କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ ବୋଲି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ, ଧନୀ ଲୋକ ହାତେଇ ଥିଲେ କଟିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି କଟିଛି ବିଭାଗକୁ ଜଣାନ୍ତୁ, ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ ବୋଲି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ, ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ: ସାବଧାନ ! E-Kyc ଅପ୍‌ଡେଟ୍‌ ନଥିଲେ ସରକାର କାଟିବେ ରାସନ କାର୍ଡ।

Ration Card
Advertisment
Advertisment