• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସର ଇସ୍ତାହାର ପତ୍ର ପ୍ରକାଶ ପାଇବାର ଦିନକ ପରେ ଶ୍ୟାମ୍‌ ପିଟ୍ରୋଡା ଦେଲେ ବିସ୍ଫୋରକ ବୟାନ । ଆଉ ତାଙ୍କ ବୟାନ୍‌ କଂଗ୍ରେସର ଭଲ ପାଇଁ ଥିଲା ନା ଡୁବାଇବା ପାଇଁ ଥିଲା। ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ଆକର୍ଷଣୀୟ ଇସ୍ତାହାର ପତ୍ର ପ୍ରକାଶ ପାଇଥିବା ବେଳେ ସବୁ ଆଶା ଉପରେ ପାଣି ଢ଼ାଳି ଦେଇଛନ୍ତି ପିଟ୍ରୋଡା । ସେ ସିଧା ସିଧା ସ୍ୱୀକାର କରିଛନ୍ତି ଆଉ କହିଛନ୍ତି, କଂଗ୍ରେସ ଆସିଲେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବଢ଼ିବ ଟିକସ ।

ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଲା ବେଳେ ଏଭଳି କହିଛନ୍ତି ପିଟ୍ରୋଡା । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ଏହି ଭିଡିଓ କେତେ ସତ କେତେ ମିଛ ସେନେଇ ଆମେ କୌଣସି ପ୍ରକାର ଯୁକ୍ତି ରଖୁନାହୁଁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ପିଟ୍ରୋଡାଙ୍କୁ ପଚାରୁଛନ୍ତି କଂଗ୍ରେସ ଯେଉଁଭଳି ଭାବେ ମାଗଣା ଯୋଜନା ସବୁ ଘୋଷଣା କରିଛି, ସେହି ସବୁ ଯୋଜନା ଲାଗୁ ପାଇଁ ଟଙ୍କା କେଉଁଠୁ ଆସିବ । ଆଉ ସେହି ଟଙ୍କା ଆଦାୟ କରିବାକୁ ହେଲେ ଟିକସ ବଢ଼ାଇବାକୁ ହେବ । ଯାହାକି ସାଧାରଣ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିବ ।

ତେବେ ଉକ୍ତ ବ୍ୟକ୍ତିଙ୍କ କଥାକୁ ସ୍ୱୀକାର କରିଛନ୍ତି ପିଟ୍ରୋଡା, ଆଉ ସେହି ଭିଡିଓରେ ହିଁ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ପାଇଁ ଟିକସ ବଢ଼ିବ ସତ । ହେଲେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ।

ମାତ୍ର ୫୦ ସେକେଣ୍ଡର ଏହି ଭିଡିଓରେ ଅନେକ କମେଣ୍ଟ ଆସିଛି । ଲୋକେ କଂଗ୍ରେସକୁ ପୁଣି ପ୍ରତ୍ୟାକ୍ଷାନ କରିବେ ବୋଲି ଚେତାବନୀ ଦେଇଛନ୍ତି । 

ତେବେ ଶ୍ୟାମ ପିଟ୍ରୋଡା ହେଉଛନ୍ତି ରାହୁଲ ଗାନ୍ଧିଙ୍କ ରାଜନୈତିକ ପରାମର୍ଶ ଦାତା ।