Advertisment

ମିଳିଲା କର୍ମଫଳ...କମ୍ପାନୀରୁ ଠକି ନେଇଥିଲେ ୧କୋଟି, ଲୁଟିନେଲା ସାଇବର ଠକ

ପୋଲିସର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଟଙ୍କା ଉଠାଇଥିଲେ। ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
CyberFraud

CyberFraud

କଥାରେ ଅଛି କର୍ମ ନେଇ ଫଳ। ଆମେ ଯେପରି ବୁଣିବା ସେହିପରି ଅମଳ କରିବା। ତେବେ ନିକଟରେ ଜଣେ ବ୍ୟକ୍ତି ନିଜର କର୍ମଫଳ ପାଇଛନ୍ତି। ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଆକାଉଣ୍ଟାଣ୍ଟଙ୍କ ସହ ଘଟିଛି ଏପରି କିଛି ଘଟଣା ଯାହା ଶୁଣିଲେ ଆପଣ ବି କହିବେ ଯେପରି କାମ ସେଭଳି ଫଳ। ଜଣେ ବ୍ୟକ୍ତି ୧.୦୮କୋଟି ଘୋଟାଲା କରିବା ପରେ ସେହି ଟଙ୍କାକୁ ଲୁଟି ନେଇଛି ସାଇବର ଲୁଟେରା।

Advertisment

ମୁମ୍ୱାଇର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତିଜଣକ ୧୯୯୨ ମସିହାରୁ ଜେନା ଇଲେକ୍ଟ୍ରିକ୍ ଏବଂ ମେକାନିକ୍ ୱାର୍କସ୍ ନାମକ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ତିନି ଦଶନ୍ଧି ଧରି କମ୍ପାନୀରେ କାମ କରୁଥିବା ବ୍ୟକ୍ତି, କମ୍ପାନୀର ମାଲିକ ଏବଂ ବୋର୍ଡ ସଦସ୍ୟଙ୍କ ବିଶ୍ୱାସ ଜିତିଥିଲେ । ଏହା ପରେ ସେ ବ୍ୟାଙ୍କିଙ୍ଗ୍ କାରବାର ପାଇଁ OTP ଅଥରିଟି ହାସଲ କରିନେଲେ। ତେବେ ସେ ୧.୦୮କୋଟି ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ପରେ ସମସ୍ତ ଟଙ୍କା ଏକ ବୀମା ଯୋଜନାରେ ବିନିଯୋଗ କରିଥିଲେ । ତେବେ ସେ ଯେଉଁସଂସ୍ଥାରେ ଏହି ଟଙ୍କା ବିନିଯୋଗ କରିଥିଲେ, ଜାଣି ନଥିଲେ ଯେ ଏହା ଏକ ଠକ ସଂସ୍ଥା।

ପୋଲିସର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଟଙ୍କା ଉଠାଇଥିଲେ। ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ପରେ ୧.୦୮କୋଟି ଟଙ୍କା ଠକେଇ ହୋଇଥିବା ଏକ ରିପୋର୍ଟ ଦେଇଥିଲେ। ଏହି ଠକେଇ ୨୦୧୬ରୁ ୨୦୨୩ ମଧ୍ୟରେ ହୋଇଥିଲା ​​।

Advertisment

ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ତାଙ୍କ ଭୁଲ୍‌କୁ ସ୍ୱୀକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ ମସିହାରେ, ସେ ଚାରି ଜଣ ବ୍ୟକ୍ତି ତାଙ୍କୁ କଲ କରି ଏହି ସ୍କିମ ବିଷୟରେ ଜଣାଇଥିଲେ। ସେମାନେ ଜମା ଟଙ୍କା ଦୁଇଗୁଣ କରିବେ ବୋଲି କହିଥିଲେ। ଏହା ପରେ ସେ କମ୍ପାନୀର ଟଙ୍କା ନେଇ ସେଠାରେ ବିନିଯୋଗ କରିଥିଲେ। ବିଭିନ୍ନ ପେମେଣ୍ଟ ନାଁରେ ଅଭିଯୁକ୍ତ ଏହି ରାଶି ଉଠାଇଥିଲେ, ଯେଉଁଥିରେ ଆୟକର ଏବଂ ଜିଏସ୍ଟି ଆଦି ଅନ୍ତର୍ଭୁକ୍ତ । ତେବେ ଶେଷରେ ଠକି ଥିବା ସବୁ ଟଙ୍କା ସେଇ ଠକେଇରେ ହିଁ ଚାଲିଗଲା। 

Cyber Crime
Advertisment
Advertisment