Advertisment

ପାଣ୍ତ୍ୟା ବ୍ରଦର୍ସଙ୍କୁ ଠକିଦେଲା ସାବତ ଭାଇ; ଲଗାଇଲା ୪.୩ କୋଟିର ଚୂନ

ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

author-image
Manoranjan Behera
Hardik Pandya, Krunal Pandya

Hardik Pandya, Krunal Pandya

ବନ୍ଧା ହେଲେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ସାବତ ଭାଇ। ଟଙ୍କା ଠକେଇ ମାମଲାରେ ଆଜି ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଲକ୍ଷ କି ଦୁଇ ଲକ୍ଷ ନୁହଁ ବରଂ ୪ କୋଟି ଟଙ୍କା ଠକିଥିବା ସୂଚନା ମିଳିଛି। ଉଭୟ ହାର୍ଦ୍ଦିକ ଓ କୃଣାଲଙ୍କୁ ଏହି ଠକାମିର ଶିକାର ହୋଇଛନ୍ତି। ପାଣ୍ତ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ ପାଣ୍ତ୍ୟାଙ୍କୁ ଗିରଫ କରିଛି EOW।

Advertisment

ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୈଭବ ପାଣ୍ତ୍ୟାଙ୍କୁ ମୁମ୍ବାଇର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଗିରଫ କରିଛି।

୨୦୨୧ରେ ହାର୍ଦ୍ଦିକ ଓ କୃଣାଲଙ୍କ ସହ ମିଶି ବୈଭବ ଏକ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ। ଏହି କମ୍ପାନୀରେ ହାର୍ଦ୍ଦିକ ଏବଂ କୃଣାଳଙ୍କ ୪୦-୪୦ ପ୍ରତିଶତ ଅଂଶ ଥିବାବେଳେ ବୈଭବଙ୍କର ୨୦ ପ୍ରତିଶତ ଭାଗିଦାରୀ ଥିଲା। ପାର୍ଟନରସିପ୍‌ର ସର୍ତ୍ତ ଅନୁଯାୟୀ, ଏହି କମ୍ପାନୀର ଲାଭ ଭାଗିଦାରୀର ଅଂଶ ଅନୁଯାୟୀ ହାର୍ଦ୍ଦିକ, କୃଣାଲ ଏବଂ ବୈଭବଙ୍କ ମଧ୍ୟରେ ବାଣ୍ଟିବାର ଥିଲା। କିନ୍ତୁ ହାର୍ଦ୍ଦିକ ଏବଂ କୃଣାଲଙ୍କୁ କମ୍ପାନୀର ଲାଭ ଟଙ୍କା ଦେବା ପରିବର୍ତ୍ତେ ଅଭିଯୁକ୍ତ ବୈଭବ ଏକ ଅନ୍ୟ କମ୍ପାନୀ ଖୋଲି ସେଠାକୁ ଲାଭ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।

Advertisment

ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପ୍ରାୟ ୪.୩ କୋଟିର କ୍ଷତି ସହିବାକୁ ପଡିଥିଲା। ହାର୍ଦ୍ଦିକଙ୍କ ଅଭିଯୋଗ ଆଧାରରେ EOW ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରି ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଛି।

EOW Krunal Pandya Hardik Pandya
Advertisment
Advertisment