• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନଲାଇନ ଡେଲିଭରୀ ଆପ୍ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ କରିଥାଆନ୍ତି । ଆଜି ମୁସଲମାନମାନଙ୍କର ପର୍ବ ଇଦ୍ ଥିବାରୁ ସ୍ୱିଗି ତରଫରୁ ମଧ୍ୟ ଅଫର ଦିଆଯାଇଥିଲା । ଜଣେ ମହିଳା ଖାଦ୍ୟ ଅର୍ଡର କରିବାକୁ ଉକ୍ତ ଅଫର ମଧ୍ୟ ପ୍ରୟୋଗ କରିଥିଲେ ।

ଖାଦ୍ୟ ଅର୍ଡର ବେଳର ଏକ ହୃଦୟସ୍ପର୍ଶୀ ମୂହୁର୍ତ୍ତ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ସେୟାର କରିଥିଲେ । ଇଦ୍ ମୁସଲମାନମାନଙ୍କର ପର୍ବ ହୋଇଥିବା ବେଳେ ନବରାତ୍ରୀ ହିନ୍ଦୁ ପର୍ବ ଅଟେ । ଉଦିତା ପାଲ ନାମକ ଜଣେ X ବ୍ୟବହାରକାରୀ ଲେଖିଛନ୍ତି, “ଖାଦ୍ୟ କୌଣସି ଧର୍ମ ଜାଣେ ନାହିଁ”।

ଏହା ସହ ସେ ନିଜ ଅର୍ଡରର ଏକ ସ୍କ୍ରିନସଟ ମଧ୍ୟ ସେୟାର କରିଥିଲେ । ଉକ୍ତ ସ୍କ୍ରିନସଟରେ ସେ ନବରତ୍ନ ସ୍ପେସିଆଲ ଥାଳି ମଗାଇଥିବା ଦେଖିବାକୁ ମିଳୁଛି । ଆଉ ଏଥିରେ ରିହାତି ନେବା ପାଇଁ ଯେଉଁ କୁପନ କୋଡ ଥିଲା ସେଟା ଇଦ୧୨୫ ନାମରେ ଥିଲା ବୋଲି ଜଣାପଡ଼ିଛି । ପୋଷ୍ଟଟି କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟଟି ୧୪,୦୦୦ରୁ ଅଧିକ ଭ୍ୟୁ ସଂଗ୍ରହ କରିସାରିଛି ।

ପୋଷ୍ଟରେ ପାଖାପାଖି ୧୦୦୦ ରୁ ଅଧିକ ଲାଇକ୍ ମିଳିଛି । ଲୋକମାନେ ଉକ୍ତ ପୋଷ୍ଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଜଣେ X ବ୍ୟବହାରକାରୀ ଲେଖିଛନ୍ତି ଯେ, ଯେପରି ରକ୍ତର କୌଣସି ଧର୍ମ ନାହିଁ, ସେପରି ଖାଦ୍ୟ ମଧ୍ୟ କୌଣସି ଧର୍ମ ଜାଣେ ନାହିଁ । ଅନ୍ୟଜଣେ ଲେଖିଛନ୍ତି, ଏହା ଏକ ଭଲ ପରମ୍ପରା ।