Advertisment

ଉତ୍ତରାଖଣ୍ଡରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, କଂଗ୍ରେସକୁ ପ୍ରବଳ ଧୋଇଲେ

'କଂଗ୍ରେସ ସରକାର ଥିଲେ ସବୁ କିଛି ଲୁଟ୍ ହୋଇ ସାରିଥାନ୍ତା । ଏହି ଲୁଟକୁ ମୋଦି ସରକାର ବନ୍ଦ କରିଛନ୍ତି ।'

author-image
Satyendu Shekher Mishra
Narendra Modi

Narendra Modi

ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସକୁ ପ୍ରବଳ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ଏଯାଏଁ କଂଗ୍ରେସ ସରକାର ଥାନ୍ତା, ତେବେ ଦେଶର ସବୁ କିଛି ଲୁଟ୍ ହୋଇ ସାରିଥାନ୍ତା। ଏହି ଲୁଟକୁ ମୋଦି ସରକାର ବନ୍ଦ କରିଛନ୍ତି। ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରଚାର ବେଳେ ଏଭଳି କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେତେବେଳେ କଂଗ୍ରେସର ସରକାର ଥିଲା ସେତେବେଳେ ଗରିବ ହିତାଧିକାରୀଙ୍କ ଟଙ୍କା ଦଲାଲ ମାନେ ହଡ଼ପ କରି ନେଉଥିଲେ। ଏବେ ବିଜେପି ସରକାର ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛି ବୋଲି ମୋଦି କହିଛନ୍ତି।

Advertisment

ଏହି ଅବସରରେ ମୋଦି ଉତ୍ତରାଖଣ୍ଡର ବିକାଶର କଥା କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଉତ୍ତରାଖଣ୍ଡରେ ଅନେକ ଆଖିଦୃଶିଆ କାମ ହୋଇଛି। ଆଡଭେଞ୍ଚର ଟ୍ୟୁରିଜିମ୍ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକତାରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଉତ୍ତରା ଖଣ୍ଡ ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି। ଚାରି ଧାମ ପରିଯୋଜନା ଅନ୍ତର୍ଗତ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ୟମୁନୋତ୍ରୀକୁ ପ୍ରାୟ ୯ ଶହ କିଲୋମିଟର ଲମ୍ବର ହାଇୱେ ମାଧ୍ୟମରେ ସଂଯୋଗ କରାଯାଉଛି। ଏହା ଦ୍ବାରା ଉତ୍ତରାଖଣ୍ଡ
ପହଞ୍ଚିବା ଲାଗି ଶ୍ରଦ୍ଧାଳୁମାନଙ୍କୁ ସହଜ ହେବ ବୋଲି ମୋଦି କହିଛନ୍ତି।

General Elections 2024
Advertisment
Advertisment