• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ଚର୍ଚ୍ଚାରେ ପୁଣେ ସହର । ପୁଣେ ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା । କିନ୍ତୁ ଦୁଇ ଦିନ ମଧ୍ୟରେ ଘଟିଥିବା ଘଟଣା ପୁଣେକୁ ଲଜ୍ଜିତ କରିଛି । ଗତକାଲି ସିଙ୍ଗଡ଼ା ଭିତରୁ କଣ୍ଡୋମ ବାହାରିଲା ଥିଲା। ଆଜି ପୁଣି ବରଫରୁ ବାହାରିଛି ମଲା ମୂଷା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । 

ଏପଟେ ଦିନକୁ ଦିନ କଲବଲ କରୁଛି ତାତି, ଯେଉଁଥିପାଇଁ ଶରୀର ମଧ୍ୟ ଜଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ମୃଦୁ ପାନୀୟ ମଧ୍ୟ ପିଉଛନ୍ତି । ଯଦି ଆପଣ ବରଫ ମିଶ୍ରିତ ପାନୀୟ ପିଇବାକୁ ଚାହୁଁଛନ୍ତି ତେବେ ଅସୁବିଧାରେ ପଡ଼ିପାରନ୍ତି । କାରଣ ବରଫ ଭିତରୁ ବାହାରିଛି ମଲା ମୂଷା  । ଏଭଳି ଘଟଣା ପୁଣେରେ ଘଟିଛି । ଯେଉଁଠାରେ କି ବହୁ ପରିମାଣର ବରଫ ଉତ୍ପନ୍ନ ହୁଏ । ତାହାକୁ ନେଇ ଲୋକ ବିଭିନ୍ନ ପ୍ରକାର ମୃଦୁ ପାନୀୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି  ।

ଏଭଳି ଘଟଣା ଘଟିବା ପରେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ବରଫ ଭିତରୁ ମଲା ମୂଷା ବାହାରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । 

ଗତକାଲି ସେମିତି ପୁଣେରେ ସିଙ୍ଗଡ଼ା ଭିତରୁ ବାହାରିଥିଲା କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ । କମ୍ପାନୀକୁ ବଦନାମ କରିବା ପାଇଁ କର୍ମଚାରୀଙ୍କ ଅଜବ କାଣ୍ତ । ପୋଲିସ ଏନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଣେରେ ନାମୀଦାମୀ ଅଟୋମୋବାଇଲ୍‌ କମ୍ପାନୀରେ ଘଟିଛି ଏଭଳି କାଣ୍ତ । ଅର୍ଡର କରିଥିବା ସିଙ୍ଗଡ଼ାରେ ବାହାରିଥିଲା ଏହିସବୁ ଜିନିଷ ।