/odishatv-khabar/media/post_attachments/uploadimage/library/16_9/16_9_0/student_1740470212.jpg)
student
କନ୍ୟା ସନ୍ତାନର ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଆବାସିକ ବିଦ୍ୟାଳୟରେ। ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୁଲିସ।
ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ। ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ। ଗତକାଲି ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ପରେ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟାବେଳେ ହଷ୍ଟେଲରେ ହେଉଥିବା ପ୍ରାର୍ଥନାରେ ଯୋଗ ଦେଇନଥିଲେ। ଏହି ନେଇ ହଷ୍ଟେଲର ମାଟ୍ରୋନ ଖୋଜାଖୋଜି କରିଥିଲେ, ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ। ହେଲେ ଛାତ୍ରୀଙ୍କୁ ପାଇନଥିଲେ। ପରେ ମାଟ୍ରୋନ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।
ଅଧିକ ପଢ଼ନ୍ତୁ: ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ
ପୁଲିସ ଖବର ପାଇ ହଷ୍ଟେଲରେ ପହଞ୍ଚି ଖୋଜାଖୋଜି କରିଥିଲା। ପରେ ହଷ୍ଟେଲ ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଝିଅଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଖବର ପାଇଁ ସଂପୃକ୍ତ ଛାତ୍ରୀଙ୍କ ବାପା ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନ କରିବା ସହ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ଛାତ୍ରୀଙ୍କ ବାପା ମା’।
ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ନିଜର ମୁଣ୍ଡରୁ ଦୋଷ ଛଡାଇବା ପାଇଁ ହଷ୍ଟେଲ ମାଟ୍ରୋନ ଓ ANMଙ୍କୁ ଦାୟୀ କରିଥିଲେ। ମାଟ୍ରୋନ ଓ ANM ଙ୍କ କାର୍ଯ୍ୟରେ ଅବହେଳା ପାଇଁ ଏପରି ଘଟଣା ଘଟିଛି ବୋଲି କହିଥିଲେ। ଏହି ନେଇ ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)