• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଟକା ପରେ ସୁପ୍ରିମକୋର୍ଟରୁ ବି ହେଲେ ନିରାଶ । ଇଡିର ଗିରଫଦାରୀକୁ ଠିକ କହିଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ କେଜରିୱାଲ । ଆଜି ଶୁଣାଣି ପାଇଁ ସେ ଆବେଦନ କରିଥିଲେ । ଇଦ ପାଇଁ ସୁପ୍ରିମକୋର୍ଟ ଛୁଟି ଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇପାରିବ ନାହିଁ ।

ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି ପାଇଁ ମନା କରିଦେଇଛନ୍ତି । ଆସନ୍ତା ସୋମବାର ମାମଲାର ଶୁଣାଣି ହେବ । ଫଳରେ କେଜରିୱାଲଙ୍କୁ ଆହୁରି ୪ ଦିନ ତିହାର ଜେଲରେ ରହିବାକୁ ପଡିବ । ସେପଟେ ଦିଲ୍ଲୀ ସରକାର ଓ ଆମ ଆଦମୀ ପାର୍ଟିକୁ ମଧ୍ୟ ମିଳିଛି ଝଟକା । ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜ କୁମାର ଆନନ୍ଦ ମନ୍ତ୍ରୀ ପଦ ଛାଡିଛନ୍ତି ।

କେବଳ ସେତିକି ନୁହେଁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜକୁମାର ଆନନ୍ଦ ଅରବିନ୍ଦ କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ । ଦଳରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟିରେ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦଳରେ ଦଳିତଙ୍କୁ ପ୍ରମୁଖ ପଦ ପଦବୀରେ ସ୍ଥାନ ଦିଆଯାଏ ନାହିଁ ।

ମୁଁ ଜଣେ ବ୍ୟକ୍ତି ଯିଏ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ । ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି ।