• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ୍ ୱିକ୍ ର ଏପ୍ରିଲ ୧୯୬୬ ରେ କଭରରେ ସ୍ଥାନ ପାଇଥିଲେ । ନ୍ୟୁୟର୍କ ଭିତ୍ତିକ ଏହି ପତ୍ରିକାକୁ ପ୍ରଧାନମନ୍ତ୍ରୀ ସାକ୍ଷାତକାର ମଧ୍ୟ ଦେଇଛନ୍ତି ।

ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ସହ ବିଶ୍ୱ ଅର୍ଥନୀତି ଓ ଭାରତର ଅର୍ଥନୈତିକ ନୀତି ବିଷୟରେ କହିଥିଲେ । ଗଣତାନ୍ତ୍ରିକ ନୀତି ଏବଂ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର । ଗଣତନ୍ତ୍ର ଆମ ଜିନରେ ଅଛି । ଦୁଇଟି ଲଗାତାର ବିଜୟ ପରେ ସାଧାରଣତଃ ଶାସକ ଦଳ ଲୋକପ୍ରିୟତା ହରାଇ ଥାଆନ୍ତି । କିନ୍ତୁ ଭାରତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେପି କ୍ଷମତାକୁ ଆସିବା ପରେ ଦେଶର ଅର୍ଧନୀତି ସୁଧୁରିଛି । ଭାରତ ଏହାର ଭିତ୍ତିଭୂମି ସଜାଡ଼ିବା ଦିଗରେ କାମ କରୁଛି । ବ୍ୟବସାୟକୁ ସୁବିଧାଜନକ ସ୍ଥିତିକୁ ଆଣିବା ପାଇଁ ଦେଶରେ GST ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏହା ସହ କର୍ପୋରେଟ ଟିକସ ହ୍ରାସ ସହ ବିଭିନ୍ନ ଅର୍ଥନେତିକ ସଂସ୍କାର ଅଣାଯାଇଛି ବୋଲି ମୋଦି କହିଛନ୍ତି ।

ଏହି ଅବସରରେ ମୋଦି ଆଗାମୀ ଲୋକସଭା ନିର୍ବାଚନ ସହ ପାକିସ୍ତାନ ସହ ସମ୍ପର୍କ, ରାମ ମନ୍ଦିର ଏବଂ ଗଣତନ୍ତ୍ର ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଲୋକସଭା ନିର୍ବାଚନକୁ ନେଇ ମୋଦି କହିଛନ୍ତି ଯେ ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କ ସରକାରଙ୍କର ଏକ ଭଲ ରେକର୍ଡ ରହିଛି ।