ଏଣିକି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯିବ ଭାରତ। ଚନ୍ଦ୍ରାୟନ-୩ର ଅଭୂତପୂର୍ବ ସଫଳତା ପରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା।
ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍ । ଗୋଟିଏ ମିଶନ ପାଇଁ ୨ଟି ପର୍ଯ୍ୟାୟରେ ପଠାଯିବ ୨ଟି ଭିନ୍ନ ଭିନ୍ନ ରକେଟ୍ ।
ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ 'ବ୍ୟୋମ୍ମିତ୍ର' ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।
ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।
ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।
ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ ।
ଚନ୍ଦ୍ରୟାନ ଥ୍ରୀର ସଫଳ ମନାସୁଛି ସାରା ଦେଶ । ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ଉପରେ ନଜର ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍କ୍ଷେପଣ କରିଛି। ଉତ୍କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।