ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ ସହ ମୋଦି ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି।
ଆନ୍ଧ୍ରପ୍ରଦେଶର ଏକ ମତଦାନ କେନ୍ଦ୍ରରେ ଜଣେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
CBSE ଦଶମ ଫଳାଫଳରେ ଏକ ନମ୍ୱର ତାଲିକାରେ ରହିଛି କେରଳ। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ପାସ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜୟୱାଡା । ଏଠାରେ ପାସ୍ ହାର ୯୯.୬୦%ଅଛି।
ବିଜ୍ଞାପନରେ ଏହା ମଧ୍ୟ ଲେଖାଯାଇଥିଲା, 'ପ୍ରାୟ ୩୦ ବର୍ଷ ପୂର୍ବେ ଝିଅଟିର ମୃତ୍ୟୁ ହୋଇସାରିଛି। ଯଦି ସମାନ ଜାତି ଓ ଭିନ୍ନ ଗୋତ୍ରର କୌଣସି ପୁଅ ଅଛନ୍ତି, ଯିଏକି ୩୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପରିବାର ‘ପ୍ରିଥା ମଦୁଭେ' କରିବାକୁ ଇଚ୍ଛୁକ, ସେମାନେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ।
ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏଥିସହ ବିହାରର ୫, ଛାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା ।
ରାଜଧାନୀର ୧୦ ହସ୍ପିଟାଲକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ । IGI ଏୟାରପୋର୍ଟରେ ବୋମା ଗୁଜବ ପରେ ହଇଚଇ ।
‘ରାହୁଲ ବାବା, ଯଦି ଆପଣ ପରମାଣୁ ବୋମାକୁ ଡରିବାକୁ ଚାହାଁନ୍ତି, ତେବେ ଡରନ୍ତୁ। ଆମେ ଭୟଭୀତ ନୁହଁ। ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ଫେରାଇ ଆଣିବୁ’ ବୋଲି କହିଛନ୍ତି ଶାହ ।
ଭକ୍ତଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ସକାଳ ୬ଟାରେ ଦ୍ୱାର ଫିଟା ବେଳେ ପ୍ରଥମେ ବାଜିଲା ଆର୍ମି ବ୍ୟାଣ୍ଡ୍ । ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ସାରା ପରିବେଶ । ମନ୍ଦିର ଚାରିପାଖକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ଦ୍ୱାର ଖୋଲୁଖୋଲୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୬୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୨୫୦ ଟଙ୍କା ରହିଛି
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ପର୍ଯ୍ୟାୟରେ ଅଧିକ ସଫଳତା ମିଳିବ ବୋଲି କହିଛନ୍ତି ଶାହ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଓଡ଼ିଶା ସମେତ ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ ।
ରିଲ୍ ତିଆରି କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସୌକ ପାଲଟିଛି । ଏଥି ପାଇଁ ଯାହା ଯେତେ ପ୍ରକାର କାରନାମା । କିଏ ଗଛ ଚଢ଼ୁଛି ତ ଆଉ କିଏ ପାହାଡ଼ ଉପରୁ ଡେଉଁଛି । ଭ୍ୟୁଜ୍ ପାଇବା ପାଇଁ ଅନେକ ନିଜ ଜୀବନ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି ।
ଏକ ଛଅମାସର ଶିଶୁକୁ ମଧ୍ୟପ୍ରଦେଶରୁ ନେଇ ମହାରାଷ୍ଟ୍ରରେ ବିକ୍ରି କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହାରାଷ୍ଟ୍ରର ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ଉକ୍ତ ଶିଶୁକୁ ୩୦ ଲକ୍ଷରେ ବିକ୍ରି କରାଯାଇଥିଲା ।
ଦିନେ ଯେଉଁ ଘର ହସଖୁସିରେ ଉଛୁଳି ଉଠୁଥିଲା ଏବେ ସେଠି ସମ୍ପୂର୍ଣ୍ଣ ନୀରବତା। ଯିଏ ନିଜ ପରିବାର ସଦସ୍ୟଙ୍କ ରକ୍ଷାକର୍ତ୍ତା ସାଜିବା କଥା, ସିଏ ହିଁ ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ । ଜଣକ ପରେ ଜଣଙ୍କୁ କଲା ହତ୍ୟା ।
ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ ।
ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ବୀକୃତି। ଚର୍ଚ୍ଚାରେ ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଦେଶ ସାମ୍ନାକୁ ଆସିଛି ଅନେକ ଅସାଧାରଣ ବ୍ୟକ୍ତିତ୍ବଙ୍କ ବିରଳ କୃତିତ୍ବ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୨ ଓଡ଼ିଆ ଓ ଜଣେ ଦିବ୍ୟାଙ୍ଗ ପଦ୍ମଶ୍ରୀ ବିଜେତା।
ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଆସାମର ହସ୍ତିକନ୍ୟା ପାର୍ବତୀଙ୍କୁ ବି ମିଳିଲା ପଦ୍ମଶ୍ରୀ । ଓଡ଼ିଶାର ଗୁରୁ ବିନୋଦ ଓ ଭାଗବତଙ୍କ ସାଧନାକୁ ମିଳିଛି ସ୍ୱୀକୃତି ।
ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା।
ଏଥର ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୁଣି ଥରେ ବିଜ୍ଞାପନ ବାହାରିବ । ଆଉ ରାହୁଲ ଦ୍ରାବିଡ଼ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।
ନିଶାରେ ଆଉଟ ଅଫ୍ କଣ୍ଟ୍ରୋଲ ଯୁବତୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୋଲିସ୍ ସହ ଟଣାଓଟରା କରିଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି।
ପାକିସ୍ତାନ ଏକ ସାର୍ବଭୌମ ଓ ସମ୍ମାନିତ ଦେଶ। ଆମେ ପାକିସ୍ତାନ ସହ କଥା ହୋଇପାରିବା। ମାତ୍ର ଆମେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛେ, ଯାହାଦ୍ୱାରା କିଛି ହାସଲ ହୋଇପାରିବ ନାହିଁ। ଏହାଦ୍ୱାରା ସଂପର୍କ ବିଗୁଡୁଛି, ଉତ୍ତେଜନା ବଢୁଛି।
ଯଦି ଆମ ସରକାର ଆସେ ତେବେ ଆମେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଆଉ ଯେଉଁମାନଙ୍କ ଦୁଇଟି ପତ୍ନୀ ଥିବ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।
ରୋଜଗାର ଦେବ Google Pay ! ଘରେ ବସି ପ୍ରତିଦିନ ଇନକମ୍ କରିପାରିବେ ୨ହଜାର ଟଙ୍କା । ଡିଜିଟାଲ୍ ପେମେଣ୍ଟ୍ ଆପ୍ ଜରିଆରେ ଆପଣ କରିପାରିବେ ରୋଜଗାର ।