Advertisment

‘ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି’

ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍  ଖବର ପରେ ସ୍ପଷ୍ଟୀକରଣ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ।

author-image
Sujit kumar Swain
ଅଦ୍ୟତନ ହୋଇଛି
ayodhya ram temple roof leaking Updates In Odia

Ayodhya Ram Mandir

ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି। ଅଯୋଧ୍ୟା ରାମ ମନ୍ଦିରରେ ପାଣି ଲିକ୍ ଖବର ପରେ ଏଭଳି ସ୍ପଷ୍ଟୀକରଣ ରଖିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦେଇ ଆହୁରି ମଧ୍ୟ କୁହାଯାଇଛି ଯେ, ମନ୍ଦିରରେ ରାମଲାଲା ବିରାଜମାନ ସ୍ଥଳରେ ପାଣି ପଡ଼ିନି କି ଭିତରକୁ ପାଣି ଆସିନି। ମନ୍ଦିର ପରକୋଟାରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଛି। 

Advertisment

ଏଥିସହ ରାମ ମନ୍ଦିର ନିର୍ମାଣ ସମ୍ପର୍କିତ ଯେକୌଣସି ସୂଚନା ପାଇଁ କେବଳ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଅଧିକୃତ ଖବର ଉପରେ ବିଶ୍ବାସ କରିବାକୁ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ନବନିର୍ମିତ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ପାଣି ଗଳୁଥିବା ଖବର ପ୍ରକାଶ ପାଇଥିଲା। ଏପରିକି ନିର୍ମାଣର ୫ ମାସ ଭିତରେ ମନ୍ଦିର ଗର୍ଭଗୃହରେ ପାଣି ଗଳିବା ଓ ମନ୍ଦିର ଛାତରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନଥିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ।  ଏହା ଉପରେ ସ୍ପଷ୍ଟୀକରଣ ରଖି ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡିନଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Advertisment

ପଢନ୍ତୁ ଏହି ଖବର: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା; ୩ ଦିନିଆ ରିମାଣ୍ଡରେ କେଜରିୱାଲ

ତେବେ ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି । ଯାହା ଫଳରେ ୫ଶହ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ଜାନୁଆରୀ ୨୨ ଦିନ ଠିକ୍ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ସମ୍ପନ୍ନ ହୋଇଥିଲା ପ୍ରାଣ ପ୍ରତିଷ୍ଠା । ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ । ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

ତେବେ ସବୁଠାରୁ ବଡ଼ କଥା ହେଉଛି ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି । ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି । ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି । ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି । ୭୦ ଏକର ବିଶିଷ୍ଟ ମନ୍ଦିର ପରିସରର ୭୦ ପ୍ରତିଶତ ଅଂଶରେ ବୃକ୍ଷରୋପଣ କରାଯାଇଛି।

Ayodhya Ram Mandir Ram Mandir
Advertisment
Advertisment