• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ । ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ରତ୍ନ ଲାଲକୃଷ୍ଟ ଆଡଭାନୀ ବୟସାଧିକ କାରଣରୁ ଅସୁସ୍ଥ ହୋଇଛନ୍ତି । 

ଜୁଲାଇ ୭ ତାରିଖରେ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ.କେ ଆଡଭାନୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ତାଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ଭାବେ ମୋଦି ସାକ୍ଷାତ କରିଥିଲେ । ଏଲ.କେ ଆଡଭାନୀଙ୍କ ବୟସ ୯୬ ବର୍ଷ । ବାର୍ଦ୍ଧକ୍ୟ ଯୋଗୁ ଗତ କିଛି ମାସ ହେଲା ସେ ସ୍ବାସ୍ଥ୍ୟାଗତ ସମସ୍ୟାରେ ପୀଡିତ ରହିଛନ୍ତି । ଗତକାଲି ରାତିରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ବାବଧାନରେ ରହିଛନ୍ତି ।

ପଢନ୍ତୁ ଏହି ଖବର: ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା CBI

ତେବେ ଭାରତୀୟ ରାଜନୀତିର ଜଣେ ପରିଚିତ ଚେହେରା ଲାଲକୃଷ୍ଣ ଆଡଭାନୀ । ସାମ୍ବାଦିକତାରୁ ସଂଘ, ସଂଗଠନରୁ ସକ୍ରୀୟ ରାଜନୀତିର ସେ ଅଭୁଲା ଚେହେରା। ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପାକିସ୍ତାନର କରାଚୀରେ ସେ ଜନ୍ମଗ୍ରହଣ କରିଥିଲେ ।  ୧୯୭୦ରେ ପ୍ରଥମଥର ଲାଗି ଦିଲ୍ଲୀରୁ ସଂସଦର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଆଡଭାନୀ। 

ଆଡଭାନୀ ଲୋକସଭାକୁ ୫ ଥର ଓ ରାଜ୍ୟସଭାରେ ୪ ଥର ସାଂସଦ ଭାବେ କାର୍ଯ୍ୟ ତୁଲାଇଛନ୍ତି। ୨୦୦୨ ଜୁନରୁ ୨୦୦୪ ମସିହା ମେ’ ମାସ ପର୍ଯ୍ୟନ୍ତ ସେ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର ସଂସଦୀୟ କାର୍ଯ୍ୟ ସର୍ବଦା ଅନୁକରଣୀୟ ଏବଂ ସମୃଦ୍ଧିରେ ଭରପୁର ରହିଛି।  ୩ ଥର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ପଢନ୍ତୁ ଏହି ଖବର: ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

OTV is now on Whatsapp

Join and get latest news update delivered to you via whatsapp

Join Now