/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719508183.jpg)
Anant Ambani Invitation Card
ସାମ୍ନାକୁ ଆସିଲା ଅନନ୍ତ ଅମ୍ବାନିଙ୍କ ବିବାହ ନିମନ୍ତ୍ରଣ କାର୍ଡ । ଅତି ଆକର୍ଷଣୀୟ ଓ ଅତି ରମଣୀୟ । ଖୁବ୍ ସୁନ୍ଦର ଏହି ନିମନ୍ତ୍ରଣ କାର୍ଡ । ବୋଧ ହୁଏ ଏଭଳି କାର୍ଡ ପୂର୍ବରୁ କେହି ଦେଖିନଥିବେ । ଏହାକୁ ନିମନ୍ତ୍ରଣ କାର୍ଡ କହିଲେ ଭୁଲ ହେବ । ଏହାକୁ ନିମନ୍ତ୍ରଣ କାର୍ଡ ସହ ଏକ ଉପହାର ବାକ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ନିମନ୍ତ୍ରଣ କାର୍ଡଟି ଦେଖିବାକୁ ଏକ ବକ୍ସ ଭଳି । ସେଥିରେ ରହିଛି ବିଭିନ୍ନ ପ୍ରକାରର ଜିନିଷ । ଠାକୁରଙ୍କ ମୂର୍ତ୍ତି ସାଙ୍ଗକୁ ଫଟୋ ମଧ୍ୟ ରହିଛି । ସେଥିରେ ଅମ୍ବାନୀ ପରିବାର ପକ୍ଷରୁ କିଛି ଉପହାର ମଧ୍ୟ ଦିଆଯାଇଛି । ଫଟୋ ଫ୍ରେମ୍ ଭଳି ବକ୍ସ ଭିତରେ ଥାକ ଥାକ ହୋଇ ରହିଛି ନିମନ୍ତ୍ରଣ କାର୍ଡ । ସବୁଠାରୁ ସୁନ୍ଦର ଆଉ ମନକୁ ଛୁଇଁଲା ଭଳି ଏକ ହାତ ଲେଖା ଚିଠି ମଧ୍ୟ ସେଥିରେ ରହିଛି ।
ଅନ୍ୟପଟେ ଠାକୁରଙ୍କ ମୂର୍ତ୍ତି ଗୁଡ଼ିକ ରୂପାରେ ନିର୍ମିତ ବୋଲି ଜଣାପଡ଼ିଛି । ଯାହାପାଖକୁ ଏହି ନିମନ୍ତ୍ରଣ ପତ୍ରଟି ପହଞ୍ଚିବ, ସେ ଏହାକୁ ସାଧାରଣ କାର୍ଡ ଭାବି କେବେ ବି ଫିଙ୍ଗିବ ନାହିଁ । ଏଥିରୁ ଅନେକ ଜିନିଷ ନିଜ ଘରେ ସେ ସାଇତି ରଖିବାକୁ ବାଧ୍ୟ ହେବ । ଠାକୁରଙ୍କ ମୂର୍ତ୍ତି ସାଙ୍ଗକୁ ଏକ ଦାମୀ କାଶ୍ମୀର ସାଆଲ୍ ମଧ୍ୟ ରହିଛି ଏହି ନିମନ୍ତ୍ରଣ ବକ୍ସ ଭିତରେ । ବକ୍ସ ପରେ ରହିଛି ମାଆ ଲକ୍ଷ୍ମୀଙ୍କର ଏକ ସୁନ୍ଦର କୁନି ମୂର୍ତ୍ତୀ । ଭିତରେ ମଧ୍ୟ ରହିଛି ବିଭିନ୍ନ ଦେବୀ ଦେବତାଙ୍କ ମୂର୍ତ୍ତି ସାଙ୍ଗକୁ କୁନି ମନ୍ଦିର ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଅନନ୍ତଙ୍କ ପ୍ରି-ୱେଡିଂ ସେରିମନୀ ଅୟୋଜନ ହୋଇଥିଲା । ସେଥିରେ ସାରା ବିଶ୍ୱର ନାମୀ ଦାମୀ ଲୋକ ସାମିଲ ହୋଇଥିଲେ । ଏମିତିକି ବିଲ୍ଗେଟ୍ସ, ମାର୍କ ଜୁକର ବର୍ଗ, ସୁନ୍ଦର ପିଚାଇଙ୍କ ଭଳି ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ବଲିଉଡ୍ର ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ସାମିଲ ଥିଲେ । ତିନି ଖାନ୍ଙ୍କୁ ଗୋଟିଏ ଷ୍ଟେଜ୍ରେ ଦେଖିବାକୁ ମିଳିଥିଲା ଅନନ୍ତଙ୍କ ପ୍ରି-ୱେଡିଂ ସେରିମନିରେ ।
ତେବେ ଅନନ୍ତଙ୍କ ଏହି ବିବାହ ନିମନ୍ତ୍ରଣ କାର୍ଡ ବିଷୟରେ ଯେତେ କହିଲେ ବି କମ୍ ହେବ । ତେଣୁ ଏହି ଭିଡିଓକୁ ଭଲ ଭାବେ ଦେଖନ୍ତୁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)