/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719546684.jpg)
Roof collapses at Delhi airport
ଦିଲ୍ଲୀ ଏୟାରପୋର୍ଟରେ ଅଘଟଣ। ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ । ଏଥିରେ ଜଣେ କ୍ୟାବ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଚାପି ହୋଇଛି। କାର ଭିତରେ ଥିବା ଲୋକ ଆହତ ହୋଇଛନ୍ତି। ଭୋର ସାଢ଼େ ୫ଟା ବେଳେ ଏହି ଅଘଟଣ ଘଟିଛି।। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏପଟେ ଟର୍ମିନାଲ-୧କୁ ସାମୟିକ ପାଇଁ ବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି । ଏଥିସହ ଯେଉଁ ବିମାନଯାତ୍ରୀ ଟର୍ମିନାଲ ୱାନରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ସହଯୋଗ ପାଇଁ । ଏଥିସହ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
Personally monitoring the roof collapse incident at T1 Delhi Airport. First responders are working at site. Also advised the airlines to assist all affected passengers at T1. The injured have been evacuated to hospital. Rescue operations are still ongoing.
— Ram Mohan Naidu Kinjarapu (@RamMNK) June 28, 2024
ଗତକାଲି ରାତିରେ ଦିଲ୍ଲୀରେ ଭୀଷଣ ବର୍ଷା ସହ ପବନ ହୋଇଥିଲା। ଏଥିରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀ-ଏନସିଆରଠାରୁ ଆରମ୍ଭ କରି ନୋଏଡା ସେକ୍ଟର-୬୨, ମିଣ୍ଟୋ ରୋଡ, ତିନ୍ ମୂର୍ତ୍ତି ମାର୍ଗ, ମୋଲଚାନ୍ଦ ଆଦି ଅଞ୍ଚଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଏମିତିକି ମିଣ୍ଟୋ ରୋଡରେ ଏକ ଟ୍ରକ୍ ରାସ୍ତାରେ ଅଧା ବୁଡିଯାଇଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତାରେ ଗାଡିମୋଟର ଫସି ରହିଛି। କନାଁଟ ପ୍ଲେସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିଛି ।
#WATCH | 4 people were injured after a roof collapsed at the Terminal-1 of Delhi airport.
(Video source - Delhi Fire Service) pic.twitter.com/Uc0qTNnMKe
— ANI (@ANI) June 28, 2024
ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି । ଏମିତିକି ରାସ୍ତାରେ ପଡିଛି ପାଣି ସୁଅ । ଏଥିପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ମଧ୍ୟ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ରିଙ୍ଗରୋଡରେ ବର୍ଷା ପାଣି ଯୋଗୁ ସମସ୍ୟା ଉପୁଜିଛି । ନାରାୟଣାଠାରୁ ମୋତି ବାଗ ଏବଂ ମୋତିବାଗ ଆଡୁ ନାରାୟଣା ଆଡକୁ ଆସୁଥିବା ଗାଡିମୋଟର ଅନ୍ୟ ରାସ୍ତା ଦେଇ ଯିବାକୁ ସୂଚନା ଦେଇଛି ଟ୍ରାଫିକ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)