• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି । ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା । ସବୁଠି ପାଣି ଆଉ ପାଣି । ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ବର୍ଷା ଜଳରେ ବେହାଲ ହୋଇ ପଡ଼ିଛି ଦିଲ୍ଲୀ ମହାନଗରୀ ।

ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଛି । ଆଜିଠୁ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଇଏମଡି । ଅଧିକ ବର୍ଷା ହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ୨୪ ଘଣ୍ଟାରେ ଅର୍ଥାତ ଗୁରୁବାର ସକାଳ ୮ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ବିଗତ ୮୮ ବର୍ଷରେ ସର୍ବାଧିକ ।

ଏହା ସହ ୧୯୩୬ ମସିହା ପରେ ଏହା ରେକର୍ଡ ମାତ୍ରାରେ ଭାରି ବର୍ଷା ବୋଲି ସୂଚନା ଦେଇଛି ଦିଲ୍ଲୀ ପାଣିପାଗ ବିଭାଗ । ଦିଲ୍ଲୀ-ଏନସିଆରଠାରୁ ଆରମ୍ଭ କରି ନୋଏଡା ସେକ୍ଟର-୬୨, ମିଣ୍ଟୋ ରୋଡ, ତିନ୍ ମୂର୍ତ୍ତି ମାର୍ଗ, ମୋଲଚାନ୍ଦ ଆଦି ଅଞ୍ଚଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି ।

ଏମିତିକି ମିଣ୍ଟୋ ରୋଡରେ ଏକ ଟ୍ରକ୍ ରାସ୍ତାରେ ଅଧା ବୁଡିଯାଇଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତାରେ ଗାଡିମୋଟର ଫସି ରହିଛି । କନଟ ପ୍ଲେସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିଛି । ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି ।

ଏମିତିକି ରାସ୍ତାରେ ପଡିଛି ପାଣିର ବଡ଼ ବଡ଼ ସୁଅ । ସମୟ ବିତିବା ସହ ବିଗୁଡ଼ିଛି ସ୍ଥିତି । ରାଜଧାନୀ ଦିଲ୍ଲୀରେ ସମୟ ବଢ଼ିବା ସହ ବିଗିଡ଼ିବାରେ ଲାଗିଛି ବିଭିନ୍ନ ଅଞ୍ଚଳରେ ସ୍ଥିତି । ଲୋଧୀ ରୋଡରୁ ସୁପ୍ରିମକୋର୍ଟ, ଜଙ୍ଗପୁରାରୁ ଏମ୍ସ ଯାଏଁ ସବୁଠି ଖାଲି ପାଣି ଆଉ ପାଣି । ସତେ ଯେମିତି ଦିଲ୍ଲୀ ଏକରକମ ବୁଡ଼ିବାରେ ଲାଗିଛି ।

ମାତ୍ର ଗୋଟିଏ ଦିନର ବର୍ଷାରେ ସ୍ଥିତି ବେହାଲ ହୋଇଯାଇଛି । ଲୋଧୀ ରୋଡ୍‌ର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଜଙ୍ଗପୁରାରେ ଅଣ୍ଟାଏରୁ ଅଧିକ ଉଚ୍ଚର ପାଣି ଚାଲୁଛି । ଏମସ ରୋଡରେ ବହୁ କିଲୋମିଟର୍ ଯାଏଁ ପାଣି ଜମି ରହିଛି । ଆଉ ବର୍ଷା ପରେ ରାସ୍ତାଘାଟରେ ବିତ୍ପାତର ଦୃଶ୍ୟ ଦେଖିବାକୁ ମିଳିଛି ।

କେଉଁଠି ରାସ୍ତା ଦବି ଯାଇଛି, କେଉଁଠି ଗଛ ଉପୁଡ଼ି ପଡ଼ିଛି । ଫଳରେ ଚଳାଚଳରେ ବାଧା ଉପୁଜିଛି । ବସନ୍ତବିହାରରେ ଏକ ନିର୍ମାଣଧୀନ ଗାତରେ କିଛି ଶ୍ରମିକ ପ୍ରବଳ ବର୍ଷା ଯୋଗୁଁ ଗଳି ପଡ଼ିଥିଲେ । ସେମାନଙ୍କୁ ବାହାର କରିବାକୁ ବେଶ୍ କିଛି ସମୟ ଲାଗିଥିଲା । ସେପଟେ ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now