• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅର୍ଥନୀତିରେ ଭାରତ ବିଶ୍ୱର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ଏଭଳି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନସେବାର ସୌଭାଗ୍ୟ କମ୍ ଲୋକଙ୍କୁ ମିଳିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ସେ ଆହୁରି କହିଛନ୍ତି ଯେ, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା । ବର୍ତ୍ତମାନ ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ । ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ । ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର । ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ୱାସରେ ଆଗକୁ ବଢ଼ିବା ।

ପଢନ୍ତୁ ଏହି ଖବର: 'ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’

ସେହିପରି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ସେ ଆହୁରି କହିଛନ୍ତି, ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲରେ ଜିଏସ୍‌ଟିରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ।

ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଅନେକ ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୨ଟି ଡିଫେନ୍ସ କରିଡର ହେଉଛି । ସେନାର ଆଧୁନିକତା ଉପରେ ଜୋର୍ ଦିଆଯିବା ସହ ୭୦ ପ୍ରତିଶତ ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣିଛୁ । ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କଲୁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରୁଛି । ସୁସ୍ଥ ବିଶ୍ୱ ନିର୍ମାଣରେ ଭାରତ ସହଯୋଗ କରୁଥିବା ବେଳେ ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି । ୧୦ ବର୍ଷ ମଧ୍ୟରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥଇଷ୍ଟର ବିକାଶ ୪ ଗୁଣା ବଢ଼ିଛି, ଖାଲି ସେତିକି ନୁହେଁ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି । ଏଥିସହ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି । ବିଜୁଳି ବିଲ୍ ଜିରୋ କରିବାକୁ ବି ଯୋଜନା ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି।

ଏହାରି ମଧ୍ୟରେ ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି । ଏପଟେ ୧୯୭୫ରେ ଜରୁରୀ ସ୍ଥିତି ଲାଗୁ ଅସାମ୍ବିଧାନିକ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି । ସେତେବଲେ ସମ୍ବିଧାନ ପ୍ରତି ବିପଦ ଆସିଥିଲା । ଯାହା ଇତିହାସର କଳା ଅଧ୍ୟାୟ ଥିଲା । ଜରୁରୀ ସ୍ଥିତି ଲାଗୁ କରାଯାଇ ସାରା ଦେଶରେ ଭୟ ସୃଷ୍ଟି କରାଯାଇଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

OTV is now on Whatsapp

Join and get latest news update delivered to you via whatsapp

Join Now