Advertisment

ସଂସଦରେ ବିରଳ ଦୃଶ୍ୟ ! ମୋଦିଙ୍କ ସହ ହାତ ମିଳାଇଲେ ରାହୁଲ, ଦେଖନ୍ତୁ ଭିଡିଓ...

ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Modi And Rahul Magic Moment In Parliament

Modi-Rahul

ସଂସଦରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ମୋଦିଙ୍କ ସହ ହାତ ମିଳାଇଛନ୍ତି ରାହୁଲ । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ ହ୍ୟାଣ୍ଡସେକ୍ କରିଥିବା ଦେଖିବାକୁ ମିଳିଛି। ଯାହାକୁ ବିରଳ ବୋଲି ସୋସିଆଲ ମିଡିଆରେ କୁହାଯାଉଛି ।

Advertisment

ଏହି ସମୟର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ନେଇ ନାନା ରକମର ମନ୍ତବ୍ୟ ଦେଉଛନ୍ତି । କେହି କେହି ରାହୁଲଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଆଉ କିଛି କଂଗ୍ରେସ ସମର୍ଥକ କହିଛନ୍ତି ଭାବି ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଉଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ।

ପଢନ୍ତୁ ଏହି ଖବର: ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା

Advertisment

ସୂଚନାଯୋଗ୍ୟ, ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ସେପଟେ ରାହୁଲ ଗାନ୍ଧି ଏବେ ଲୋକସଭାରେ ବିରୋଧୀଦଳ ନେତା ନିଯୁକ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନାରେ ରହି ଟକ୍କର ଦେବେ ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି। 

କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ରାହୁଲଙ୍କୁ ବିରୋଧୀ ଦଳର ନେତା କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ପଦ ସମ୍ଭାଳିବାକୁ କୁହାଯାଇଥିଲା। କେବଳ କଂଗ୍ରେସ ନୁହେଁ, ବିରୋଧୀ ମେଣ୍ଟରେ ଥିବା ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାହୁଲଙ୍କୁ ବିରୋଧୀ ଦଳ ନେତା ହେବାକୁ ପ୍ରସ୍ତାବ ଦେଇଥିଲେ। ରାହୁଲ ଏହାକୁ ଗ୍ରହଣ କରି ନେଇଛନ୍ତି। ସେ ପ୍ରସ୍ତାବ ଗ୍ରହଣ କରି ନେଇଥିବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି।

NDA Rahul Gandhi PM Narendra Modi Congress BJP Narendra Modi
Advertisment
Advertisment