Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା CBI

ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡ ଅନୁମତି ଦେଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଆଜି ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Delhi Excise Policy Case: Delhi CM Arvind Kejriwal

Delhi CM Arvind Kejriwal

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। 

Advertisment

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍। ପୂର୍ବରୁ ଇଡି ଦ୍ବାରା ଗିରଫ ହୋଇଥିବା କେଜରିୱାଲଙ୍କୁ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଥିଲା ସିବିଆଇ। ଫଳରେ ମଦ ଦୁର୍ନୀତି ମାମଲାରେ ତାଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି। 

ପଢନ୍ତୁ ଏହି ଖବର: ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

Advertisment

ଗତ ସପ୍ତାହରେ କେଜ୍ରିୱାଲଙ୍କୁ ରେଗୁଲାର ବେଲ୍ ଦେଇଥିଲେ ରାଉଜ ଏଭିନ୍ୟୁ କୋର୍ଟ। ଏହାକୁ ଚ୍ୟାଲେଂଜ କରି ଇଡି ଦିଲ୍ଲୀ ହାଇକୋର୍ଟ ଯାଇଥିଲା । ତେବେ ହାଇକୋର୍ଟ ବେଲ୍ ଉପରେ ରୋକ ଲଗାଇବା ସହ ଜାମିନ ଖାରଜ କରିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ ।

ତେବେ ଏହା ଭିତରେ ମାମଲାରେ ଅନେକ ଅଗ୍ରଗତି ହୋଇଥିବାରୁ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଫେରାଇ ନେଇଛନ୍ତି କେଜ୍ରିୱାଲ। ମାମଲାର ଅଗ୍ରଗତି ଆଧାରରେ ପୁଣି ଆବେଦନ କରାଯିବ ବୋଲି କେଜ୍ରିୱାଲଙ୍କ ପକ୍ଷରୁ କୁହାଯାଇଛି।

Arvind Kejriwal Delhi Excise Policy Case
Advertisment
Advertisment