• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ । ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ ନେଟ ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା ।

ଏନଟିଏ ପକ୍ଷରୁ ପୁଣି ଥରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ତିନୋଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି । ଏନସିଇଟି, ଜଏଣ୍ଟ CSIR ୟୁଜିସି ନେଟ ଏବଂ ୟୁଜିସି ନେଟ୍, ପରୀକ୍ଷା ଅନଲାଇନ କରାଯିବ । ଏନସିଇଟି ପରୀକ୍ଷା ଜୁଲାଇ ୧୦ ତାରିଖରେ କରାଯିବ । ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ ।

ସେହିପରି ୟୁଜିସି ନେଟ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯିବ । ପୂର୍ବରୁ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ସିବିଆଇ ଯାଞ୍ଚ କରୁଛି । ସେପଟେ ନିଟ୍ ପେପର ଲିକ୍ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ବିହାରରେ NEET-UG ପେପର୍ ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ।

ଅଭିଯୁକ୍ତ ଦ୍ୱୟ ହେଲେ ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ । ଏହି ଦୁଇ ଅଭିଯୁକ୍ତ ଦ୍ୱୟ ପାଟନାରେ ଥିବା ଏକ ହଷ୍ଟେଲରେ ପ୍ରଶ୍ନପତ୍ର ଲିକ୍ କରିଥିବା ଜଣା ପଡ଼ିଛି । ନିଟ୍ ପରୀକ୍ଷାର ଗୋଟାଏ ଦିନ ପୂର୍ବରୁ ସେମାନେ ଉକ୍ତ ହଷ୍ଟେଲ୍‌ରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା ମଧ୍ୟ ଦେଇଥିବାର ଜଣାପଡ଼ିଛି । ତେବେ ସେହି ସ୍କୁଲଟି ଗୋଟିଏ ରାତି ପାଇଁ ବୁକ୍ ହୋଇଥିବା ଜଣାପଡ଼ିଛି ।

ଏହା ସହ ପ୍ରଶ୍ନପତ୍ର ଲିକ୍ ହେବା ପରେ ଧରା ପଡ଼ିଯିବା ଭୟରେ ଏହାକୁ ପୋଡ଼ି ଦିଆଯାଇଥିବା ଜଣା ପଡ଼ିଛି । ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲେ । NEET ପେପର୍ ଲିକ୍ ସହ ଜଡିତ ୬ଟି ମାମଲାର ତଦନ୍ତ କରୁଛି ସିବିଆଇ । ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିହାର, ମହାରାଷ୍ଟ୍ର ଓ ଗୁଜୁରାଟରୁ ଥିବା ବେଳେ ଆଉ ତିନୋଟି ରାଜସ୍ଥାନର ।

ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା MBBS, BDS, AYUSH ଏବଂ ଦେଶର ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET-UG ପରିଚାଳିତ ହୋଇଥାଏ । ଚଳିତ ବର୍ଷର ପରୀକ୍ଷା ୫ ମେ’ରେ ୫୭୧ ଟି ସହରର ୪,୭୫୦ କେନ୍ଦ୍ରରେ କରାଯାଇଥିଲା । ପ୍ରାୟ ୨୩ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now