• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କମ୍‌ ବୟସରେ ବଡ଼ ସଫଳତା । ଯାହାକୁ ନେଇ ସବୁରି ମହଲରେ ଚର୍ଚ୍ଚା । ଯାହା କେବେ କଳ୍ପନା କରିନଥିଲେ ତାହା ବାସ୍ତବରେ ପରିଣତ ହୋଇଛି । ମାତ୍ର ୨୬ ବର୍ଷ ବୟସରେ ହୋଇଛନ୍ତି କୋଟିପତି । ଆସାମର ଜଣେ ଯୁବକ ପ୍ରସ୍ତୁତ କରିଥିବା ମେସେଜିଂ ଆପ୍ଲିକେସନକୁ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀ ୪୧୬ କୋଟି ଟଙ୍କାରେ କିଣିଛି । ଏହି ଯୁବ ସଫ୍ଟଓ୍ବେର ଏକ୍ସପର୍ଟ ହେଉଛନ୍ତି ଆସାମର ଦିବ୍ରୁଗଡର ୨୬ ବର୍ଷୀୟ କିଶାନ ବାଗାରିଆ । 

କିଶାନ ବିକଶିତ କରିଥିବା ସିଙ୍ଗଲ ପ୍ଲାଟଫର୍ମ ମେସେଜିଂ ଆପ୍ଲିକେସନ ଟେକସ୍ଟ .କମ (Texts.com)କୁ ଆମେରିକାର ପ୍ରତିଷ୍ଠିତ ଟେକନୋଲୋଜି କମ୍ପାନୀ ‘ଅଟୋମେଟିକ’ ୫୦ ମିଲିୟନ ଆମେରିକୀୟ ଡଲାର ବା ୪୧୬ କୋଟି ଟଙ୍କାରେ କିଣିଛି । ଆମେରିକାର ଏହି କମ୍ପାନୀ ବିଶିଷ୍ଟ ଉଦ୍ୟୋଗପତି ତଥା ଓ୍ବାର୍ଡପ୍ରେସ.କମ ଓ ଟମଲର (Tumblr) ପରି ପ୍ରତିଷ୍ଠିତ କମ୍ପାନୀର ମାଲିକ ମଟ୍ଟ ମିଲେଙ୍ଗଙ୍କ ମାଲିକାନାର ଏକ ଶାଖା କମ୍ପାନୀ ।

କେବଳ ଏତିକି ନୁହେଁ, ଏହାକୁ ଆମେରିକୀୟ କମ୍ପାନୀ କ୍ରୟ କରିନେବା ପରେ ଏହାର ପରିଚାଳନା ଦାୟିତ୍ବ କିଶାନଙ୍କ ହାତରେ ରଖିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । କିଶନ ହିଁ ଆପ୍‌ର ଅପରେସନ ହେଡ ଭାବେ ଦାୟିତ୍ବ ତୁଲାଉଛନ୍ତି । ଏ ସମ୍ପର୍କରେ ନିଜେ ଯୁବ ଉଦ୍ୟୋଗୀ କିଶାନ ବାଗାରିଆ ଏକ୍ସରେ ସୂଚନା ଦେଇଛନ୍ତି । କିଶାନ କହିଛନ୍ତି, ଜଣେ ଯଦି ଏହି ଆପ୍ଲିକେସନର ୟୁଜର୍ସ ଅଛନ୍ତି, ତେବେ ଏଥିରେ କୌଣସି ପରିବର୍ତ୍ତନ ମିଳିବ ନାହିଁ । ବରଂ ପୂର୍ବାପେକ୍ଷା ଅଧିକ ଫିଚର ସହ ଏହା ୟୁଜର୍ସଙ୍କ ନିକଟରେ ଉପଲବ୍ଧ ହେବ । ଏହି ଆପ୍ଲିକେସନ୍‌ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସିଙ୍ଗଲ ଡ୍ୟାସବୋର୍ଡକୁ ଆଣିପାରିବ । ଯାହା ୟୁଜର୍ସଙ୍କୁ ଏକ ସରଳ ଓ ସହଜ ସୋସିଆଲ ମିଡିଆ ବ୍ୟବହାର ପ୍ରଣାଳୀ ପ୍ରଦାନ କରିବ ।

ଆସାମର ଦିବ୍ରୁଗଡର ଚରିଆଲି ଥାନା କ୍ଷେତ୍ରର ବ୍ୟବସାୟୀ ମହେନ୍ଦ୍ର ବଗାରିଆ ଓ ନମିତାଙ୍କ ପୁଅ ହେଉଛନ୍ତି କିଶାନ ।  ସେ ୯ ମାସ ଧରି ଆମେରିକାରେ କାର୍ଯ୍ୟରତ ଥିଲେ । ସେଠାରେ ସେ ଏହି ଆପ୍ଲିକେସନ ପ୍ରସ୍ତୁତ କରିବା ସହ ଏହାକୁ ବିକଶିତ ମଧ୍ୟ କରିଛନ୍ତି । ‘ଅଟୋମେଟିକ’ କମ୍ପାନୀ ସହ ଏହି ଡିଲ୍‌ ସଫଳ ହେବା ପରେ ସେ ଆସାମ ଫେରିଛନ୍ତି । ତେବେ କିଶାନ ପିଲାବେଳୁ ପରିଶ୍ରମୀ ଥିଲେ ଓ ତାଙ୍କର ଏହି ସ୍ବଭାବ ତାଙ୍କ ପାଇଁ ଆଜି ସଫଳତା ଆଣିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now