• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Success story of IAS Anju Sharma
ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS

ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।

A 71 year old man completed a 4000 kilometre long trail in the US.
ରେଳ ଧାରଣାରେ ୪ ହଜାର କିମି ଚାଲି ଚାଲି ଗଲେ ବୃଦ୍ଧ

ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।

Mercedes-Benz CEO travelling in auto-rickshaw in Pune.
ନିଜ କାର ଛାଡ଼ି କାହିଁକି ଅଟୋରେ ଗଲେ ମର୍ସିଡିଜ ବେଞ୍ଜ CEO

ବଡ ବଡ ଲୋକ ବେଳେବେଳେ ସାଧାରଣ ମଣିଷଙ୍କ ପରି ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ମର୍ସିଡିଜ ବେଞ୍ଜର CEO ମାର୍ଟିନ ସ୍ୱେଙ୍କ୍‌ଙ୍କର ଏକ ଫଟୋ ଇନ୍‌ଷ୍ଟ୍ରାଗ୍ରାମରେ ଭାଇରାଲ ହୋଇଛି। ମାର୍ଟିନଙ୍କର ଏହି ଫଟୋକୁ ୟୁଜର୍ସ ଖୁବ୍‌ ପସନ୍ଦ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି, ମାର୍ଟିନ ସ୍ୱେଙ୍କ ଏକ ଅଟୋରିକ୍ସାରେ ଯାଉଛନ୍ତି। ସମସ୍ତଙ୍କୁ ଏହି ଫଟୋ ଆଶ୍ଚର୍ଯ୍ୟ କରିଛି ଯେ, ମର୍ସିଡିଜର ସିଇଓଙ୍କ ପାଇଁ ଏପରି କି ପରିସ୍ଥିତି ଆସିଲା ଯେ ସେ ପବ୍ଲିକ ଟ୍ରନ୍ସପୋର୍ଟ ନେବାକୁ ବାଧ୍ୟ ହୋଇଥିଲେ ?

Doctor's Super Neat Writing On Prescription
ଡାକ୍ତର ଏତେ ଖରାପ ଅକ୍ଷରରେ ପ୍ରେସ୍‌କ୍ରିପ୍ସନ କାହିଁକି ଲେଖନ୍ତି

ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?

Success story of ias rukmani riar who failed in 6th class
ଦିନେ ପାଠ ପ୍ରତି ନଥିଲା ରୁଚି, ଏବେ IAS ଅଫିସର୍

ପିଲାଦିନୁ ନଥିଲା ପାଠ ପ୍ରତି ରୁଚି। ୬ଷ୍ଠରେ ହୋଇଯାଇଥିଲେ ଫେଲ୍। ଯିଦି ଧରିଲେ କିଛି କରିଦେଖେଇବେ। କଲେ କଠିନ ପରିଶ୍ରମ। ତାଙ୍କ ପରିଶ୍ରମ ତାଙ୍କୁ କରିଦେଲା IAS ଅଫିସର୍। ଆସନ୍ତୁ ଜାଣିବା ସେ କିପରି କରୁଥିଲେ ଅଭ୍ୟାସ।

Tyre Doctor kamla
ଟାୟାର ରାଣୀ କମଲାଙ୍କ କମାଲ, ସଜାଡୁଛନ୍ତି ଜେସିବି ଟାୟାର

କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।

Afghan children work at brick kilns
ତାଲିବାନ ଶାସନରେ ଶୈଶବ...‘ଆମେ ଜାଣିନୁ ଇଚ୍ଛା କାହାକୁ କହନ୍ତି, ସ୍ୱପ୍ନର ରଙ୍ଗ କେମିତି’

ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।

Inspiration
ରକ୍ତଦାନ କରି ଜୀବନ ବଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ, ଛାଡ଼ିଦେଲେ କର୍ପୋରେଟ୍‌ ଚାକିରି

ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ ଯାହା ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ଦେବାକୁ ବାଧ୍ୟ ହେବେ ।

ସନ୍ତୋଷ କୁମାର ନାଥ
ହାର ମାନିଛି ଶାରୀରିକ ଅକ୍ଷମତା: ସବୁ କାମରେ ମାହିର୍‌ ସନ୍ତୋଷ

କପଡା କାଟି ସିଲେଇ ମେସିନରେ ପୋଷାକ ତିଆରି କରିବା ହେଉ ବା ଇଲେକ୍ଟ୍ରି ସରଞ୍ଜାମ  ମରାମତି  ହେଉ  ସବୁଥିରେ ମାହିର ଏହି ବ୍ୟକ୍ତି।

Mother drives e-rickshaw with baby strapped to her chest
ମଝି ରାସ୍ତାରେ ଛାଡିଦେଲେ ସ୍ୱାମୀ; ଛୁଆ ପାଇଁ ଚଞ୍ଚଲଙ୍କ ଜୀବନ ସଂଗ୍ରାମ

ଜୀବନ ଅଛି ତ ସଂଘର୍ଷ ଅଛି। କେହି କେହି ଏହି ସଂଘର୍ଷ ଆଗରେ ହାରି ଯାଉଥିବା ବେଳେ ଆଉ କେହି ଏହାର ସାମ୍ନା କରି ସଫଳତା ପାଆନ୍ତି। ସେମିତି ଏକ କାହାଣୀ ହେଲା ଚଞ୍ଚଲ ଶର୍ମାଙ୍କର। ଆସନ୍ତୁ ଜାଣିବା ପିଲା ପାଇଁ କିପରି ସେ ଲଢୁଛନ୍ତି ଜୀବନ ଯୁଦ୍ଧ।

love story of a old couple
ଅଳ୍ପ ଶବ୍ଦ, ଅଳ୍ପ ଦୃଶ୍ୟ..ତଥାପି ମନକୁ ଭିଜେଇ ଦେଲା ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।

Inspiration
କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।

Draupadi The Inspiration
ଦ୍ରୌପଦୀ ଏକ ପ୍ରେରଣାର ନାଁ, ୟାଙ୍କ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ବି ଆସିବ ଲୁହ

କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।

farmer
ପ୍ରଥମେ ନିଜେ ଦାଦନ ଖଟୁଥିଲେ, ଏବେ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି

ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।

muslim community help a needy hindu family
ଏକ ନିଆରା ଗାଁର କାହାଣୀ; ହିନ୍ଦୁଙ୍କ ଦୁଃଖରେ ମୁସ୍‌ଲମାନ ବଢାନ୍ତି ସହାୟତାର ହାତ

ଧର୍ମକୁ ନେଇ ରକ୍ତର ନଦୀ ବହୁଛି। ଧର୍ମ ନାଁରେ ସାଂପ୍ରଦାୟିକ ହିଂସା ମଣିଷକୁ ଅଣନିଃଶ୍ୱାସୀ କରି ଦେଉଛି। ଧର୍ମର ରକ୍ଷା ନାଁରେ ମଣିଷ କେତେ ଯେ ଅଧର୍ମ କରୁଛି ତାହାର ହିସାବ ଏଠି ନାହିଁ। ଏମିତି ପରିସ୍ଥିତିରେ ରାଜସ୍ଥାନ ଚେରୁର ଏହି ଘଟଣା ମଣିଷ ସମାଜ ପାଇଁ ଏକ ଆଶ୍ୱସ୍ତି, ଏକ ଆଶ୍ୱାସନା। ଏଠି ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଯେପରି ସାଂପ୍ରଦାୟିକ ସୌହାର୍ଦ୍ଦ ଭାବ ରହିଛି, ତାହା ଏ ମଣିଷ ସମାଜ ପାଇଁ ଏକ ନିଆରା ଉଦାହରଣ ଆଉ ପ୍ରେରଣା ନିଶ୍ଚୟ।

Man Injured in Crocodile Attack in Kendrapara
ମଣିଷ ସହ ଯୁଦ୍ଧ କରି ହାରିଲା କୁମ୍ଭୀର

କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ

Man Injured in Crocodile Attack in Kendrapara
କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।

Water Scarcity
ପାହାଡ଼ରୁ ଅନବରତ ଝରୂଛି ପାଣି, ତାକୁ ବାଉଁଶରେ ସଂଗ୍ରହ କରି ପିଉଛନ୍ତି ଲୋକେ

ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।

Human Interest
ଭୋଭୋ ହୋଇ କାନ୍ଦୁଛି ମାଆ, ପୁଅ ଜୀବନ ହାରିଲା ସତ ହେଲେ ଦୁଇ ଜଣଙ୍କୁ ଦେଖାଇଲା ନୂଆ ଦୁନିଆ

ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?

Malyalam actress Leena Antony giving 10th class exams
୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି

ପାଠ ପଢିବାର କୌଣସି ବୟସ ନଥାଏ। ଏହାକୁ ସତ କରି ଦେଖେଇଛନ୍ତି ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି। ଏ ବୟସରେ ସେ ୧୦ମ ପରୀକ୍ଷା ଦେଇଛନ୍ତି।

Humanity
ବିହାରର ପୁଅ ନିଶା ଖାଇ ହଜିଯାଇଥିଲା, ୧୦ ବର୍ଷ ପରେ ଓଡ଼ିଶାରୁ ଉଦ୍ଧାର ! ଜାଣନ୍ତୁ ପୁରା କାହାଣୀ..

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।

Bengaluru Doctor Leaves Car
ଗୁରୁତର ରୋଗୀକୁ ବଞ୍ଚାଇବା ପାଇଁ ୩ କିମି ଦୌଡ଼ିଲେ ଡ଼ାକ୍ତର

ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍‌ ଚେକ୍‌ କରିବା ପରେ ରାସ୍ତା ଉପରେ କାର୍‌ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।

Guinness World Record
କାର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

Success story of IAS Vandana Meena
ଗାଁର ପ୍ରଥମ IAS ଅଧିକାରୀ ବନ୍ଦନା ମୀନା; ଦିନକୁ ୧୫-୧୬ ଘଣ୍ଟା ପଢୁଥିଲେ

ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

Neet Qualifier
ସାବାସ୍ ! ବାପାଙ୍କ ସ୍ୱପ୍ନ ସାକାର କଲା ଝିଅ, ଝାଳବୁହା ପରିଶ୍ରମର ରଖିଲା ମୂଲ୍ୟ

ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।