Advertisment

ଇଏ ବି ଗୋଟେ ସଉକ : ସାଇତି ରଖିଛନ୍ତି ୧୫ ଶହ ପୁରୁଣା ସାମଗ୍ରୀ

ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ

author-image
Sarbeswar
ଅଦ୍ୟତନ ହୋଇଛି
Kendrapada Man’s Passion To Collect Vintage Things From Around the World

Kendrapada

ଇଂରେଜ ଅମଳର ଭଳିକିଭଳି ଘଡ଼ି ସାଙ୍ଗକୁ ବିଭିନ୍ନ ଭେରାଇଟିର କଲମ। ପୁଣି ଦେଶବିଦେଶର ମୁଦ୍ରା ଓ ନୋଟ ସହ କେଉଁ ଯୁଗର ଟୋପି ଆଉ ବଙ୍କୁଲି ବାଡ଼ି। ଏମିତି ଅନେକ ବିରଳ ଓ ଦୁର୍ଲଭ ସାମଗ୍ରୀ ଘର ସାରା ସାଇତା ହୋଇ ରଖାଯାଇଛି । ଏସବୁ ପୁରୁଣାକାଳିଆ ଜିନିଷକୁ ସଂଗ୍ରହ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡା ରାଜକନିକା ବାଲିସାହି ଗାଁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଧୀର ପଲାଇ । ୧୯୬୪ ମସିହାରେ ସୁଧୀରଙ୍କ ଅଜା ତାଙ୍କୁ ବିଦେଶୀ ଘଡ଼ି ଓ କଲମ ଉପହାର ଦେଇଥିଲେ। ସେବେଠାରୁ ସେ ଦାମୀ ଜିନିଷ ଓ ବିରଳ ସାମଗ୍ରୀ ପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ସେହିଦିନ ଠାରୁ ଏସବୁ ସାମଗ୍ରୀକୁ ସଂଗ୍ରହ କରି ଆସୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଘରେ ସାଇତି ରଖିଛନ୍ତି ମିନି ସଂଗ୍ରହାଳୟ; ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ଅନେକ ପୁରସ୍କାର

ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ ।

Advertisment

ସୁଧୀର ଏସବୁ ବିରଳ ଓ ଦୁର୍ଲଭ ସାମଗ୍ରୀକୁ ଦେଶ ବିଦେଶରେ ଥିବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ସଂଗ୍ରହ କରିଛନ୍ତି। ଏଥିପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଆଉ ଏବେ ତାଙ୍କ ପାଖରେ ରୋଲେକ୍ସ, ଓମେଗା, ଟିସର୍ଟ, ରାଡ଼ା, ରିକା,ଏମ୍ପରିଆଲ, ଟିଟାନି ଭଳି ନାମିଦାମୀ କମ୍ପାନୀର ବିଭିନ୍ନ ମଡେଲ ଘଡ଼ି ରହିଛି। ସେହିଭଳି ମଣ୍ଟ, ବ୍ଲାଙ୍କ, ପାର୍କର-୫୧, ସେଫାକ, ପାଇଲଟ, କିଙ୍ଗସନ, ୱାଟରବ୍ଲୁ ଭଳି ବିଦେଶୀ କମ୍ପାନୀର କଲମ ବି ମହଜୁଦ ରଖୁଛନ୍ତି । ତାହା ସହ ବିଭିନ୍ନ ଭେରାଇଟିର ଦାମୀ ଚଷମା ଓ ବଙ୍କୁଲି ବାଡ଼ି ମଧ୍ୟ ସଂଗ୍ରହକରି ରଖିଛନ୍ତି।

ଦେଖନ୍ତୁ ଭିଡିଓ | ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ

Special Story
Advertisment
Advertisment