ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି
ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି
ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?
ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି ଓଟ । ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।
ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।
ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍ ପରି କାମ ଦେଇଥିଲା ପିଏମଜିପି ସ୍କିମ୍ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର
ପରିବେଶର କ୍ଷତିର ଭରଣା କରିବା ପାଇଁ କେନ୍ଦ୍ରାପଡ଼ାରେ ସାଗର ପ୍ରଧାନ ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ ୧୨ ଟି ପୋଖରୀକୁ ପୁନର୍ଜୀବିତ କରିଛନ୍ତି ।
କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?
ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିପାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାର ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି। ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଯାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି ।
ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।
ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ସରପଂଚ ସୁନିତା ମେହେର
ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।
ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାରର ମହିଳାମାନେ ଦିନରାତି ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି।
ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା
ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ଏଇ କ୍ଷେତରେ କରୁଛନ୍ତି ଚାଷ ।
ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ ? ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଖଣ୍ଡକ ମିଳିଛି ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଦିନ ଯେତିକି ଯେତିକି ବଢୁଛି ତାଙ୍କ ଯନ୍ତ୍ରଣା ବି ସେତିକି ସେତିକି ବଢିବାରେ ଲାଗିଛି
ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।
UPSCରେ ସଫଳତା ପାଇଥିବା ବିଶାଲଙ୍କ ପରିବାର ବହୁତ ଗରିବ । ୨୦୦୮ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳି ପରିବାରର ପ୍ରତିପୋଷଣ କରୁଥିଲେ ।
ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।
ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍ରୁ ଜାଣିବାକୁ ପାଇଥିଲେ କେମିତି ଓ କେଉଁ ସବୁ ସ୍ଥାନରେ ଘର କରି ରୁହନ୍ତି ଘରଚଟିଆ । ବାସ୍ ନିଜସ୍ୱ ଉଦ୍ୟମରେ କୁତ୍ରିମ ଘର କରିବା ସହିତ ମାଟି ହାଣ୍ଡି, ପ୍ଲାଇ ବକ୍ସ, ଲାଉ ତୁମ୍ବାରେ ତିଆରି କରିଥିଲେ କୃତ୍ରିମ ଘର।
ବାଲେଶ୍ୱର ଔପଦା ବ୍ଲକ କୁମ୍ଭକହୁଣିଆ ଗାଁର ଚନ୍ଦନ ଜେନା । ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଚନ୍ଦନ । କିନ୍ତୁ ପରିସ୍ଥିତିର ଦାସ ହୋଇ ଚୁଟି କାଟିବାକୁ ସେ ବାଧ୍ୟ ହେଉଛନ୍ତି । ବାରିକ ଘରର ପୁଅ ହୋଇନଥିଲେ ବି ସେଲୁନ୍ରେ ରୀତିମତ କାଟୁଛନ୍ତି ଚୁଟି। ଖାଲି ଏତିକି ନୁହେଁ ବରଂ ଏଇ ଦୋକାନରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ନିଜ ପରିବାର ମୁହଁରେ ଆହାର ଦେବା ସହିତ ନିଜ ପଢାଖର୍ଚ୍ଚ ବି ଉଠାଉଛନ୍ତି ଚନ୍ଦନ ।
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ ।