Advertisment

Mann Ki Baat: ଅଦରକାରୀ ପଲିଥିନ୍‌କୁ ଦରକାରୀ ଜିନିଷର ରୂପ ଦେଉଛନ୍ତି କମଳା ମହାରଣା

‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ପ୍ରଶଂସାର ସୁଅ। ସେ କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା।

author-image
Pramod Behera
Kendrapara’s Kamala Maharana Gets PM’s Recognition in ‘Mann Ki Baat’

Kendrapara’s Kamala Maharana Gets PM’s Recognition in ‘Mann Ki Baat’

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ୨୫ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏମିତି କହିଛନ୍ତି। କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍‌ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍‌ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା।

Advertisment

ଖାଲି ଏତିକି ନୁହେଁ, ଏଥିସହ ସେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଟୋକେଇ ଓ ମୋବାଇଲ୍‌ ଷ୍ଟାଣ୍ଡ୍‌ ମଧ୍ୟ ତିଆରି କରୁଛନ୍ତି। ସାଧାରଣତଃ ନିଜ ଘରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିବା ପରେ ଲୋକେ ଫୋପାଡି ଦିଅନ୍ତି। ଏହା ପରିବେଶକୁ ଦୂଷିତ କରିଥାଏ। ଠିକ୍ ଏତିକିବେଳେ କମଳା ଏହି ସବୁ ପଲିଥିନକୁ କାମରେ ଲଗାଇ ପରିବେଶକୁ ସୁରକ୍ଷା ରଖିବାରେ ଆଗେଇ ଆସିଛନ୍ତି। ଘରେ ବସି ବସି ସମୟ ନଷ୍ଟ କରିବା ଅପେକ୍ଷା କିଛି କରିବା ପାଇଁ ଚିନ୍ତା କରି ଅଦରକାରୀ ପଲିଥିନ୍‌କୁ ନେଇ ଏହି ଅଭିଯାନ ଆରମ୍ଭ କରିଛନ୍ତି କମଳା।

କମଳା ମହାରଣା ପଲିଥିନ୍‌ରେ ବିଭିନ୍ନ ଘରକରଣା ଜିନିଷ ତିଆରି କରିବାରେ ସିଦ୍ଧହସ୍ତ। ସେ ପେଡି, ପାଚିଆ, ଡାଲା, ବିଛଣା, ପାପୋଛ, ବଡି ଓ ପାମ୍ପଡ ଶୁଖାଇବା ପାଇଁ ଝାମ୍ପି ମଧ୍ୟ ନିର୍ମାଣ କରିଥାନ୍ତି। ଏଥିସହ ମନିପର୍ସ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଛନ୍ତି । ତାଙ୍କ ଠାରୁ ପ୍ରେରଣା ପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ପଲିଥିନ୍‌ରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି।

Advertisment

ଏହି ସବୁ ସାମଗ୍ରୀକୁ ପଲିଶ୍ରୀ ମେଳା ଓ ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି କରି ବେଶ୍ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିପାରୁଛନ୍ତି। କମଳାଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ। ଏହା ତାଙ୍କ ପାଇଁ ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Mann Ki Baat Narendra Modi
Advertisment
Advertisment