Advertisment

ମାଆ ଚାଲିଯିବା ପରେ..ତିନି ଭଉଣୀଙ୍କୁ ମାଆ ପରି ପାଳୁଛି ବଡ ଭଉଣୀ

ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।

author-image
Sarbeswar
ଅଦ୍ୟତନ ହୋଇଛି
Locals Seeks Financial Assistance For Orphaned Girls In Keonjhar

Madhuri

ବାପା ନାହାନ୍ତି କି ମାଆ ନାହାନ୍ତି। ବଡ କଷ୍ଟରେ ଦିନ କାଟୁଛନ୍ତି ତିନିଭଉଣୀ। ଆଗେ ତ ବାପା ଚାଲିଗଲେ। ତାଙ୍କ ଅବର୍ତ୍ତମାନରେ ବହୁ କଷ୍ଟକରି ପିଲାଙ୍କ ମୁହଁରେ ଆହାର ଦେଉଥିଲେ ମାଆ। ହେଲେ ଦୈବ ଖେଳିଲା ଖେଳ। ପିଲାଙ୍କୁ ଛାଡି ସେ ବି ଚାଲିଗଲେ। ଡକାଡକି ହୋଇ ବାପା-ମାଆ ଯିବା ପରେ ଏବେ ଅନାଥ ହୋଇଯାଇଛନ୍ତି ତିନି ଭଉଣୀ।

Advertisment

କେନ୍ଦୁଝର ସଦରବ୍ଲକ ବୋଦାପଳସା ଗ୍ରାମ ପଂଚାୟତର ବୋଦାପଳସା ମୁଣ୍ଡା ସାହିର ସ୍ବର୍ଗତ ଟିମା ମୁଣ୍ଡାଙ୍କ ପିଲା ଏବେ ଅନାଥ ହୋଇଯାଇଛନ୍ତି । ଟିମା ବଂଚିଥିବା ବେଳେ ମୂଲ ଖଟି ଯେତିକି ରୋଜଗାର କରୁଥିଲେ ସେତିକିରେ ହସଖୁସିରେ ଚଳୁଥିଲା ପରିବାର । ହେଲେ ଟିମାଙ୍କ ଦେହାନ୍ତ ହେବାପରେ ପରିବାର ଉପରେ ଯେମିତି କାହାର ନଜର ଲାଗିଯାଇଥିଲା। ସ୍ୱାମୀ ଯିବା ପରେ ପିଲାଙ୍କ ମୁହଁଙ୍କୁ ଚାହିଁ ବଞ୍ଚିଥିଲେ ଟିମାଙ୍କ ସ୍ତ୍ରୀ ଟୁନି ମୁଣ୍ଡା। କିନ୍ତୁ ଦୈବ ଏଇ ପରିବାର ସହ ପୁଣି ଖେଳିଲା ଖେଳ। ତିନିପିଲାଙ୍କଠାରୁ ଛଡେଇ ନେଲା ମାଆ।

ଅଧିକ ପଢ଼ନ୍ତୁ: ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

Advertisment

ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।

ଦୁଃଖ ଏତିକିରେ ସରିନି...ଘରର ଅବସ୍ଥା ଏମିତି ହେଲାଣି ଯେ ଦିନରେ ସୂର୍ଯ୍ୟ ବି ଦେଖାଯାଉଛି। ଏପଟେ କାନ୍ଥରୁ ମାଟିବି ଖସିଗଲାଣି। ଦିନେ ଖାଇଲେ ଆର ଓଳିକି ଖାଇବାକୁ ନାହିଁ । ସେଇଠି ଘର ପ୍ଲାଷ୍ଟର କଥା ପଚାରେ କିଏ? ସରକାରୀ ସହାୟତା କଥା କହିଲେ ଆପଣ ବି ହସିବେ। ବାପା-ମାଆ ଛେଲଉଣ୍ଡ ପିଲାଙ୍କୁ ସାହାଯ୍ୟ କହିଲେ ମିଳୁଛି ମାତ୍ର ୧୦ କିଲୋ ଚାଉଳ। ଆଜିକା ଦିନରେ ୧୦ କିଲୋ ଚାଉଳରେ ତିନିପ୍ରାଣୀ କେମିତି ଚଳିବେ ତାହା ବିଚାରଯୋଗ୍ୟ । 

ଦେଖନ୍ତୁ ଭିଡିଓ | ବାପା ଚାଲିଯିବା ପରେ...୪ ପିଲାଙ୍କ ମୁହଁରେ ଆହାର ପାଇଁ ବିଲରେ ଖଟୁଛି ବିଧବା ମାଆ

ସେପଟେ ଏନେଇ ସ୍ଥାନୀୟ ସରପଂଚଙ୍କୁ ଅବଗତ କରାଇବା ପରେ ସେ କହିଛନ୍ତି, ତିନି ଭଉଣୀଙ୍କୁ କେମିତି ସରକାରୀ ସହାୟତା ମିଳିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରିବା ସହିତ ପିଲାମାନଙ୍କ ଦୁଃଖ ବୁଝିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଗରିବ ତଥା ଅନାଥ ପିଲାଙ୍କୁ ସବୁ ପ୍ରକାର ସହଯୋଗ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି। ହେଲେ ପ୍ରକୃତରେ ଯୋଜନା ଗ୍ରାଉଣ୍ଡ ଲେବଲରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏଇ ଘଟଣା ସ୍ପଷ୍ଟ ଅନୁମେୟ ।

କେନ୍ଦୁଝରରୁ ପ୍ରଣୟ ପାଣି

Financial Assistance Orphaned Children
Advertisment
Advertisment