• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନେ ଦେଶର ସୁରକ୍ଷା ପାଇଁ ସୀମାରେ ଦାୟିତ୍ୱ ତୁଲାଉଥିଲେ । ଦେଶ ମାତୃକାର ସେବା କରି ଅବସର ନେବା ପରେ ଏବେ ମାନବ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ଅସହାୟ, ଗରିବ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ଏବେ ତାଙ୍କର ପ୍ରଥମ କର୍ତ୍ତବ୍ୟ । ହଁ ଦର୍ଶକବନ୍ଧୁ ଅଟୋ ଚଲାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅନୁଗୋଳ ବ୍ଲକ ବନ୍ତଳା ଶଙ୍ଖପୁର ଗାଁର ଅବସରପ୍ରାପ୍ତ ସୈନିକ ନରେନ୍ଦ୍ର କୁମାର ଦେହୁରୀ ।

ଅଧିକ ପଢ଼ନ୍ତୁ: ଦିନେ ଦେଶ ପାଇଁ ଖେଳୁଥିଲେ ନାଁ କରୁଥିଲେ, ଏବେ କରୁଛନ୍ତି ଖାଦ୍ୟ ଡେଲିଭରୀ.. ଦେଖନ୍ତୁ ଭିଡିଓ

୧୯୯୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ନରେନ୍ଦ୍ର । ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପରେ ୨୦୧୯ରେ ହାବିଲଦାର ପଦରୁ ସେ ଅବସର ନେଲେ । ଏହା ପରେ ଗାଁରେ ରହି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ ।  ଦିନେ ତାଙ୍କ ପତ୍ନୀ ରୁକ୍ମଣୀ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କୁ ଡାକ୍ତରଖାନାକୁ ନେବାକୁ ଗାଡ଼ିଟିଏ ଯୋଗାଡ କରିପାରିଲେନି ନରେନ୍ଦ୍ର । ଆଗରୁ ଭଡ଼ା ଲାଗିଥିବା କହି ଅଟୋଚାଳକମାନେ ତାଙ୍କୁ ମନା କରିଦେଇଥିଲେ । ସେଦିନ ହିଁ ସେ ନିଷ୍ପତ୍ତି ନେଇଥିଲେ.. ତାଙ୍କ ଭଳି ଆଉ କାହାକୁ ସେ ହତାଶ ହେବାକୁ ଦେବେନି ।

 ଏଣୁ ସେ ଏକ ବ୍ୟାଟେରି ଚାଳିତ ଅଟୋ କିଣି ଗରିବ, ଅସହାୟ ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଞ୍ଚାଇବା କାମ ଆରମ୍ଭ କରିଦେଲେ । ଗରିବ ରୋଗୀଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ମାଗଣାରେ ନେବା ଆଣିବା କରି ମାନବ ସେବା କରୁଛନ୍ତି ନରେନ୍ଦ୍ର । ଏହା ପ୍ରତିବଦଳରେ ସେ କାହାଠାରୁ ଟଙ୍କାଟିଏ ବି ନିଅନ୍ତି ନାହିଁ । 

ବୁଢା ବାପା, ମାଆ, ସ୍ତ୍ରୀ ଓ ଝିଅଙ୍କୁ ନେଇ ନରେନ୍ଦ୍ରଙ୍କ ଛୋଟ ପରିବାର । ନରେନ୍ଦ୍ରଙ୍କ ମହତ କାର୍ଯ୍ୟ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିବାବେଳେ ପରିବାର ଆଜି ତାଙ୍କ ପାଇଁ ଗର୍ବିତ ।