• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • mi

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ.. ଦୀର୍ଘ ୨୨ ବର୍ଷ ପରେ ନିଖୋଜ ସ୍ୱାମୀକୁ ଫେରି ପାଇଛନ୍ତି ସ୍ତ୍ରୀ ।  ଛୁଆ ପିଲା ପରିବାରକୁ ଅଭାବ ଅନାଟନରେ ଦେଖି ସହି ନପାରି ଦାଦନ ଖଟିବାକୁ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲେ । ୨୨ ବର୍ଷ ପରେ ଏମିତି ଫେରିବେ ବୋଲି କେହି ଆଶା ବି କରିନଥିଲେ ।  ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ: ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ବିଶ୍ୱମ୍ବର ରାଉତ, ବୟସ ୫୫ ହେଲାଣି । ୩୩ ବର୍ଷ ବୟରେ ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ ଯେ ଆଜି ଯାଏ ନିଖୋଜ ଥିଲେ । ବର୍ଷବର୍ଷ ଧରି ଖୋଜାଖୋଜି ପରେ ବି ବିଶ୍ୱମ୍ବରଙ୍କ କୌଣସି ପତ୍ତା ମିଳିଲାନି । ଅନେକ ବର୍ଷର ଅପେକ୍ଷା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ଚିନ୍ତା କରୁଥିଲେ କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା ।୨୨ ବର୍ଷର ବିଚ୍ଛେଦ ପରେ ଏବେ ଘରକୁ ଫେରିଛନ୍ତି ବିଶ୍ୱମ୍ୱର ।  ଆରି ଭିତରେ କିନ୍ତୁ ବଦଳିଯାଇଛି ବିଶ୍ୱମ୍ବରଙ୍କ ଦୁନିଆ । ଛୁଆ ପିଲା ସବୁ ବଡ଼ ବଡ଼ ହୋଇଗଲେଣି, ଝିଅ ବାହାଘର ସରିଛି । ନାତି ନାତୁଣୀ ହେଲେଣି...ପୂରା ପରିବାର ବିଶ୍ୱମ୍ବରଙ୍କୁ ମିଠା ଖୁଆଇ ଘରକୁ ପାଛୋଟି ନେଇଛି । 

ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୁଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ ।  ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ । ପିଲାଙ୍କ ଦୁଃଖ ସହି ନପାରି ସେ ସଂମ୍ପର୍କୀୟଙ୍କ ସହ ଦାଦନ ଖଟିବାକୁ ସୁଦୁର ମୁମ୍ବାଇ ଚାଲିଗଲେ । ମୁମ୍ବାଇରେ ବିଶ୍ୱମ୍ବର ନିଖୋଜ ହୋଇଯାଇଥିଲେ । ତାଙ୍କ ସମ୍ପର୍କିୟ ସେଠାରେ ବହୁ ଖୋଜା ଖୋଜି କରି ତାଙ୍କୁ ପାଇ ନଥିଲେ । ପରେ ପରିବାର ମଧ୍ୟ ମୁମ୍ବାଇ ଯାଇ ୧୫ ଦିନ ରହି ପୁଅକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହୋଇ ଘରକୁ ଫେରିଥିଲେ ଏବେ ଦୀର୍ଘ ୨୨ ବର୍ଷ ପରେ ପରିବାର ଲୋକଙ୍କୁ ସ୍ୱପ୍ନରେ ଦେଖି ଘରକୁ ଫେରିଆସିଛନ୍ତି ବିଶ୍ୱମ୍ବର ।

ଦୀର୍ଘ ବର୍ଷ ପରେ ବିଶ୍ୱମ୍ବର ଘରକୁ ଫେରିଆସି ଏବେ ପରିବାର ସହିତ ବେଶ ଖୁସିରେ ଜୀବନ ଯାପନ କରୁଛନ୍ତି । ସେ ନିଖୋଜ ରହିବା ବେଳେ ତାଙ୍କ ପତ୍ନୀ ଓ ପିଲାଛୁଆ ବଡଭାଇଙ୍କ ପାଖରେ ରହିଆସୁଥିଲେ । ବାହାର ରାଜ୍ୟରେ ବହୁ ବର୍ଷ ଧରି ରହିବା ପରେ ଏବେ ବିଶ୍ୱମ୍ବର ଖଣ୍ଡି ଓଡିଆରେ କଥା ହେଉଛନ୍ତି। ତାଙ୍କୁ ପାଖରେ ପାଇ ପରିବାର ଓ ପଡୋଶୀ ଲୋକେ ବେଶ ଖୁସି । 

(ଯାଜପୁରରୁ ଗୁଲାମ ଗସଙ୍କ ରିପୋର୍ଟ)