Advertisment

ନିଜେ ସରକାରୀ ଚାକିରି ଛାଡିଲେ, ଏବେ ଅନ୍ୟ ମହିଳାଙ୍କୁ ଦେଉଛନ୍ତି ରୋଜଗାର..

୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ଯିବାକୁ ପଡ଼ିବାରୁ ବଦଳି ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିଲେ ।

author-image
Sarbeswar
ଅଦ୍ୟତନ ହୋଇଛି
Women SHG Members Become Self-Reliant With Tailoring Skills in Rayagada’s Gunupur

Ranjita

ଏକାଠି ହୋଇଛନ୍ତି ମହିଳା । କିଏ ମେସିନ୍ ଚଳାଇବାରେ ବ୍ୟସ୍ତ ତ କିଏ ସିଲେଇ କରିବାରେ ବ୍ୟସ୍ତ । ଆଉ କିଏ କତୁରୀ ଧରି କପଡା କାଟିବାରେ ଲାଗିଛନ୍ତି । ଛୋଟରୁ ବଡ ସମସ୍ତେ କାମରେ ଲାଗି ପଡ଼ିଛନ୍ତି । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା ଗୁଣପୁର ସହରର ଏକ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ଏକ କେନ୍ଦ୍ରରୁ। ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏକ ମିଶନ ଆରମ୍ଭ କରିଥିଲେ ଗୁଣପୁର ସହରର ରଞ୍ଜିତା ପଟ୍ଟନାୟକ ।

Advertisment

୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ଯିବାକୁ ପଡ଼ିବାରୁ ବଦଳି ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ରୋଜଗାର ଦେଉଛି ଜିଆ ଖତ ! ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା

Advertisment

ପରେ ବାଧ୍ୟ ହୋଇ ୨୦୦୫ ମସିହାରେ ଚାକିରିରୁ ଇସ୍ତଫା ଦେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହାରି ମଧ୍ୟରେ ଏହି କେନ୍ଦ୍ରରେ ୨୫ ଟି ମେସିନ ଥିବାବେଳେ ୪ ହଜାରରୁ ଉର୍ଦ୍ଧ୍ଵ ମହିଳା ଏଠାରୁ ଶିକ୍ଷା ନେଇ ସ୍ୱାବଲମ୍ବୀ ହୋଇଛନ୍ତି | ଏଠାରେ ତାଲିମ ନେଇ ମାସିକ ଭଲ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି । ଦୃଢ ଇଚ୍ଛାଶକ୍ତି ବଳରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ରଞ୍ଜିତା । ଅନ୍ୟ ମହିଳାଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

ଗୁଣୁପୁରରୁ ଇନ୍ଦ୍ରଜିତ କୁମାର ପଣ୍ଡାଙ୍କ ରିପୋର୍ଟ

ଦେଖନ୍ତୁ ଭିଡିଓ | ଆମକୁ ରୋଜଗାର ଦେଲା ସାନିଟାରୀ ପ୍ୟାଡ୍

SHG SHG Groups Self-Reliant
Advertisment
Advertisment