ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ। ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଉଦ୍ଧାର ହୋଇଛି।
ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।
ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।
ପୁଅକୁ କିଛି କରନ୍ତୁନି। ମୁଁ ଟଙ୍କା ଯୋଗାଡ଼ କରି ଦେବି।
ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି।
ଖୋଲିଲା ରାଜଧାନୀ କିଡନାପ୍ ପଛର ଅସଲ କାହାଣୀ
ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।
ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।
ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି
ଯୁବ ମଡେଲ୍ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ନୂଆ କ୍ଲ୍ୟୁ I ସୁଇସାଇଡ୍ ନୋଟର ଗୁମର ଖୋଲିଲେ ପୂର୍ବତନ ପ୍ରେମିକ I କହିଲେ ମୋ ଏକ୍ସଙ୍କ ସହ ସୌମ୍ୟଙ୍କର ଥିଲା ସମ୍ପର୍କ
୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ।
ମୃତ୍ୟୁ ପୂର୍ବରୁ ଶେଷ ଚିଠି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ ।
ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ ।
ଡାକ୍ତରଙ୍କ ପାଖରେ କାମ କରୁଥିବା ୨ ଜଣ ପୂର୍ବତନ କମ୍ପାଉଣ୍ଡର ଏଭଳି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ବୟାନ ଆଧାରରେ ପିଲାର ମୃତଦେହ ଉଦ୍ଧାର କରାଯାଇଛି ।
ବାରହା ଶିକାର କରି ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ୍ ୨ ଜଣ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ୍ ହଟିଂ ଅଂଚଳର ସଲିମ ଓରାମ୍ ଓ ଅନୀଲ ମୁଣ୍ଡା ।
ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁଲ୍ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ।
ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।
ବେଆଇନ୍ ପଥର ଗାଡ଼ିକୁ ଜରିମାନା କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି।
ଏ କେମିତିକା ବାପା? ଘରେ ଖାଇବାକୁ ନଥିବାରୁ ଝିଅକୁ ବିକ୍ରି କରିଦେଲା ବାପା
ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ । ଭୁବନେଶ୍ୱରରୁ ଏହି ୩ ଠକ ଗିରଫ ଗିରଫ ହୋଇଛନ୍ତି । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର ଲୁଟେରା ଧରାପଡ଼ିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ନିକଟରୁ ୧୧ଟି ମୋବାଇଲ, ୨ଟି ଲାପଟପ୍, ଗୋଟିଏ ଟ୍ୟାବ, ୩୩ ଟି ସିମ୍ ଜବତ ହୋଇଛି ।
ଭକୁଆ ବନିଗଲା ଚୋର । ମୋବାଇଲ୍ ଭାବି ଦୋକାନାରେ ଥିବା ସ୍ୱାଇପ୍ ମେସିନ୍କୁ ଚୋରି କରିନେଇଗଲା ।
ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ଘଟଣା।
ରାଜ୍ୟ ରାଜଧାନୀରେ ଲୁଟେରାଙ୍କ ରାଜ୍ ଚାଲିଥିବା ବେଳେ ଟିକିଏ ଅସାବଧାନ ହେଲେ, ଆଖି ପିଛୁଳାକେ ଲୁଟ୍ର ଶିକାର ଭୟ ରହିଛି। ଗଲା କିଛି ଦିନ ଧରି ସ୍ମାର୍ଟସିଟିରେ ସିରିଜ୍ ଲୁଟ୍ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଭିନ୍ନ ତରିକାରେ ଲୁଟ୍ର ଆଉ ଏକ କାହାଣୀ।
ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଶହଦର ପୋଲିସ ଏହି ମାମଲାରେ ଗୋଟିଏ ପରିବାରର ୭ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ।
ଭୁବନେଶ୍ୱରରେ ଚହଳ ପକାଇଥିବା KBN ଗ୍ରୁପ୍ର ମୁଖ୍ୟ ବୁବୁ ଜେନାକୁ ପୋଲିସ୍ ଗିରଫ କରିଛି। ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ବୁବୁ ଆତଙ୍କ ସୃଷ୍ଟି କରିଥିଲା।