ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍ର ଚାରିକାନ୍ଥ ଭିତରେ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ।
ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ? କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍ ନେଇଥିବା ଜଣାପଡ଼ିଛି।
ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍ର ମିଳିତ ଟିମ୍ ଗିରଫ କରିଛି।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି।
ମେମୋରି ଚିପ୍ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?
୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି ।