କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି।
ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି
କ୍ୟାମେରାମ୍ୟାନ୍ ମାନସଙ୍କୁ ଚାନ୍ଦବାଲିରୁ କେମିତି ହେଲା ଅପହରଣ ? ଭୁବନେଶ୍ୱର ଦୟାଲ ଆଶ୍ରମରେ କେମିତି କରାଯାଇଥିଲା ହତ୍ୟା ? ନୟାଗଡ଼ ରଣପୁରରେ ଶବ ପୋତି ଦିଆଗଲା କେମିତି
ମାନସଙ୍କୁ ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ପିଟିଥିବା ଅନୁମାନ କରାଯାଉଛି । ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା । ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ? କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍ ନେଇଥିବା ଜଣାପଡ଼ିଛି।
ମାନସ ସ୍ୱାଇଁ ହତ୍ୟା ମାମଲାରୁ ଖସିବାକୁ ତିଆରି ହୋଇଥିଲା ଖସଡ଼ା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ ଓ ସହଯୋଗୀ ବନେଇଥିଲେ ପ୍ଲାନ୍ । କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ସାମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ ।
ଖୋଲିବ କି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି।
ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।
ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି?
ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି ।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ ।
କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଭଦ୍ରକ ଏସ୍ପି ଅଫିସରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଏକ ଟିମ୍ । ତଦନ୍ତ ଅଧିକାରୀ DSP କଳ୍ପନା ସାହୁଙ୍କ ନେତୃତ୍ୱରେ ପହଞ୍ଚିଲା ଏହି ଟିମ୍ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍କୁ ପୋଲିସ ସିଲ୍ କରିଛି ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ କରାଯାଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାଓ୍ବାର ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି ।
ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ ଦେଇଥିଲେ। ମାନସ ସ୍ୱାଇଁ ଅପହରଣଠାରୁ ହତ୍ୟା ପର୍ଯ୍ୟନ୍ତ କେମିତି ପ୍ଲାନ କରିଥିଲା ଶର୍ମିଷ୍ଠା ଜାଣନ୍ତୁ..