ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ ଜଗଦେବ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ।
ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ ।
ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।
ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।
ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।
ବଢୁଛି ବିଜେପି, ଛିଡୁଛି ବିଜେଡି । ଜଣଙ୍କ ପରେ ଜଣେ ବିଜେଡିର ହେଭିୱେଟ ଦଳକୁ ବାଏ ବାଏ କରି ପଦ୍ମ ଶିବିରରେ ସାମିଲ ହେଉଛନ୍ତି।
ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।
ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍ରେ କହିଛନ୍ତି ପ୍ରଶାନ୍ତ ।’
‘ସେଦିନର ଘଟଣା ପାଇଁ ଅନୁତପ୍ତ ନୁହେଁ, ତାହା ବିଜେପିର ଷଡ଼ଯନ୍ତ୍ର ଥିଲା ’ । ନିଲମ୍ବନ ଓ ବହିଷ୍କାର ହେଲେ ମଧ୍ୟ ବିଜେଡ଼ିରେ ଅଛି କହିଲେ ବିଜେଡି ବିଧାୟକ ।
ପୁଣି ଅଡୁଆରେ ଚିଲିକା ବିଧାୟକ । ଜାମିନ ଆବେଦନ ଖାରଜ ହେବାରୁ ପୁଣି ଜେଲ ଯାଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ବାହୁବଳୀ MLA ପ୍ରଶାନ୍ତ ଜଗଦ୍ଦେବଙ୍କ ହିଟ୍ ଆଣ୍ଡ ରନ୍ ମାମଲାରେ ଥମୁନି ବିବାଦ । ସାମ୍ନାକୁ ଆସିଛି ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ଜାଲିଆତି ପ୍ରମାଣ । ଦୁର୍ଘଟଣା ପରେ ଯେଉଁ ଗାଡ଼ିର ନମ୍ବରକୁ ନେଇ ମାମଲା ରୁଜୁ ହୋଇଥିଲା, ସେହି ନମ୍ବରରେ ଥିବା ଅନ୍ୟ ଏକ ଗାଡ଼ି ମିଳିଛି ନୟାଗଡ଼ରୁ ।
ଖୋର୍ଦ୍ଧା ପୋଲିସ ଏବେ ଏହି ଜାଲିଆତି ନନେଇ ଆଉ ଏକ ମାମଲା ରୁଜୁ କରିଛି । ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍ ୱାର ।
ମାତାଲ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।
ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ।