• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

PEO mada
ପିଇଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ବାମୀ ସୁର ଭୂୟାଁ। ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।

ATM Loot
ATMରେ ଭର୍ତ୍ତି କରିବା ପାଇଁ ଟଙ୍କା ଧରିଯାଉଥିବା ଗାଡ଼ିରୁ ୨୪ ଲକ୍ଷ ଲୁଟ୍‌

ATMରେ ଭର୍ତ୍ତି କରିବା ପାଇଁ ଟଙ୍କା ଧରିଯାଉଥିବା ଗାଡ଼ିର ଡ୍ରାଇଭରଙ୍କୁ ନିଶା ଦେଇ ଗାଡ଼ି ଲୁଟିବା ପରେ ୨୪ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ ।

Brown Sugar
କେତେବେଳେ ଚା ପ୍ୟାକେଟରେ ତ କେତେବେଳେ ପରିବା ଟ୍ରକରେ ! ମହିଳା ଓ ଶିଶୁ ଡ୍ରଗ୍ସ ମାଫିଆଙ୍କ ଢ଼ାଲ

କେତେବେଳେ ଚା ପ୍ୟାକେଟରେ ତ କେତେବେଳେ ପରିବା ଟ୍ରକରେ। ବେଙ୍ଗଲରୁ ବାଲେଶ୍ୱର ଓ ଜଳେଶ୍ୱର ଦେଇ ଭୁବନେଶ୍ୱରର ଆସୁଛି ବ୍ରାଉନସୁବାର। ପୋଲିସ ଯେତେ ଧରପଗଡ଼ କରୁଛି ସେମିତି ରଣନୀତି ବଦଳାଉଛନ୍ତି ମାଫିଆ ।

Brown Sugar
କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର

ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ । ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି ବଦଳାଇ ମାଫିଆ ଚଳାଇଛନ୍ତି ଧନ୍ଦା । ଏପରିକି ମହିଳା ଏବଂ ଶିଶୁଙ୍କୁ ମଧ୍ୟସ୍ଥି ସଜାଇ ଅଭିନବ ଉପାୟରେ କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ । ଗତ କିଛି ଦିନ ହେଲାଣି ବିପୁଳ ପରିମାଣର ବ୍ରାଉନସୁଗର୍ ଧରାପଡ଼ିବା ପରେ ଏବେ ଏସବୁ ତଥ୍ୟ ସାମ୍ନାକୁ ଆସିଛି ।

Manoranjan
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ। ମହିଳାଙ୍କ ସ୍ୱାଧୀନତା ବୋଲି କିଛି ନାହିଁ, ତାଲିବାନ ଯୌନ ଶୋଷଣ କରନ୍ତି। ତାଲିବାନ ପଟୁ ଆକ୍ରମଣ ହେଲେ ଆଗୁଆ ସାଇରନ ବାଜି ଉଠେ ଆମେ ବଙ୍କର ଭିତରକୁ ପଶିଯାଉ, ବେଳେ ବେଳେ ଦେଢ଼ ଦିନ ରହିଥାଉ। ତାଲିବାନ ଆମେରିକା ସେନାକୁ ଡରୁଥିଲେ ବୋଲି କହିଲେ ମନୋରଞ୍ଜନ।

Asha Karmi
ଭୁବନେଶ୍ୱର ରାସ୍ତାରେ ଦୁଷ୍କର୍ମକାରୀମାନେ ଆଶା କର୍ମୀଙ୍କୁ ହ୍ୟାକ୍ କରୁଛନ୍ତି

ଭୁବନେଶ୍ୱରରେ ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ। ଫାର୍ସାରେ ହାଣିଲେ ୩/୪ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ୍ ୬ ମା ତାରେଣୀ ବସ୍ତିରେ ଦୁର୍ବୃତ୍ତମାନେ ଆଶାକର୍ମୀଙ୍କ ଭାଇକୁ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହହ୍‌ପିଟାଲରେ ଭର୍ତ୍ତି କରାଯାଇଛି।

  • Wednesday, 18 August 2021
  • Crime
Abash Scheme
ପକ୍କାଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼ ମାରିଲେ, ବଦ୍ରି ପାତ୍ରଙ୍କ ପୁଅ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏତେ ବାଟବଣା ଯେ, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀରେ ଘର ଖଣ୍ଡେ ପାଇଁ ଅନାଇ ବସିଛନ୍ତି ଶହ ଶହ ବିପନ୍ନ । ତେଣେ କେନ୍ଦୁଝରରେ ଧନୀ ଲୋକଙ୍କୁ ତାଲିକାରେ ରଖା ନଯିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଧମକ ।

  • Wednesday, 18 August 2021
ACF Soumyaranjan
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ।

Brown Sugar
ଏଠାରେ କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର, ମହିଳା ଓ ଶିଶୁ ସାଜିଛନ୍ତି ମାଫିଆଙ୍କ ଢ଼ାଲ..

କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର ।

Abash Scheme
ପକ୍କା ଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼, ବଦ୍ରି ପାତ୍ରଙ୍କ ପୁଅ ନାଁରେ ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।

Paralakhemundi ACF Death Case
ମୋ ପୁଅକୁ ନ୍ୟାୟ ମିଳୁ

କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମୁହଁ ଖୋଲିଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମା’।

acf soumya ranjan mohapatra
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ୍‌ର ଜେରା

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି। 

youth held for cheating people
ମାଛ ତେଲରେ ମାଛ ଭାଜି ମାଲାମାଲ୍‌ ହେଉଥିଲେ, ଶେଷରେ ସାମ୍ନାକୁ ଅସିଲା କଳାକାରନାମା

ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ। 

Soumya bidyaBharati
ଆସିଲେ ନୂଆ ଚରିତ୍ର: ଘଟଣା ଦିନ ଉପସ୍ଥିତ ଥିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର।

acf soumya ranjan mohapatra
ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗେଟ୍ ଜଗୁଆଳି, ରୋଷେୟାଙ୍କୁ ମାରାଥନ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।

 Exise Dept Employees Allegedly Taking Bribe
ସାମ୍ନାକୁ ଆସିଲା ଅବକାରୀ ବିଭାଗର ଲାଞ୍ଚ କାରବାର; ଭିଡିଓ ଭାଇରାଲ

ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି।  ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି। 

ACF soumya ranjan mohapatra
ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି।

 brown sugar seized
ଡିଲ୍‌ ବେଳେ ଧରାପଡ଼ିଲା ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର

ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି।  ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। 

Lover Arrested For Killing Infants
ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।  

Soumya bidyaBharati
ସତ ସାମ୍ନାକୁ ଆସିବ: କ୍ରାଇମବ୍ରାଞ୍ଚ ଏଡିଜି

ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି।

ଏସିଏଫ ମୃତ୍ୟୁ ରହସ୍ୟ
ଏସିଏଫ୍ ମୃତ୍ୟୁ ରହସ୍ୟକୁ ଭେଦିପାରିବ କି CB: ୪ଟି ପ୍ରଶ୍ନର ଉତ୍ତର ଦିଅ ବୋଲି କହିଲେ ସୌମ୍ୟଙ୍କ ଭାଇ

ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

acf soumya ranjan mohapatra
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

Man Escapes Murder Attempt By daughter
ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସ୍ନେହ; ଘରେ ପୁରାଇ ନିଆଁ ଲଗାଇ ଦେଲେ ଝିଅ

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ। 

acf soumya ranjan mohapatra
ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

Brown Sugar Seized
ଟ୍ରାନଜିଟ୍ ରୁଟ୍ ଥିବା ଓଡ଼ିଶା ଏବେ ପାଲଟିଯାଇଛି କି ନିଶା ବେପାରର ହବ୍ ?

ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।