Advertisment

କ୍ୟାମେରାମ୍ୟାନ୍ ମାନସଙ୍କ ହତ୍ୟାକାରୀକୁ ଧରିବା ପାଇଁ ଆସିଲା ଥ୍ରୀ-ଡି କ୍ୟାମେରା

ହାଇରିଜୋଲ୍ୟୁସନ୍ କ୍ୟାମେରାରେ ଘଟଣାସ୍ଥଳର ଥ୍ରୀଡି ଫୁଟେଜ୍ ନିଆଯାଇ ଫୋରେନସିକ୍ ଯାଞ୍ଚ୍ କରାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
Manas Swain Murder Case

Manas Swain Murder Case

ଭୁବନେଶ୍ୱର ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ତନାଘନା। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରିର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ସାଙ୍ଗରେ ଥ୍ରୀ-ଡି କ୍ୟାମେରା ନେଇ ତଦନ୍ତ କରାଯାଉଛି। କେୟାରଟେକରଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଟିମ୍ ସକାଳେ ଆଶ୍ରମରେ ପହଞ୍ଚିଥିଲା। ସାଙ୍ଗରେ ଫୋରେନସିକ୍ ଟିମ୍, ଏମ୍ସର ଡାକ୍ତରୀ ଦଳ ଓ ଏକ୍ସପର୍ଟ ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।

Advertisment

ଏହାସହ ହାଇରିଜୋଲ୍ୟୁସନ୍ କ୍ୟାମେରାରେ ଘଟଣାସ୍ଥଳର ଥ୍ରୀଡି ଫୁଟେଜ୍ ନିଆଯାଇ ଫୋରେନସିକ୍ ଯାଞ୍ଚ୍ କରାଯାଉଛି। ହତ୍ୟା ପରେ ମାନସଙ୍କ ମୃତଦେହ ନିଆଯାଇଥିବା କାର୍‌ରେ ବି ଫୋରେନସିକ୍ ଯାଞ୍ଚ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ଅପହରଣ ପରେ ମାନସଙ୍କୁ ଆଣି ଏଠାରେ ମାନସଙ୍କୁ ରଖାଯାଇଥିଲା ଏହି ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରି ପରେ କାର୍‌ରେ ନେଇ ନୟାଗଡ଼ରେ ପୋତି ଦିଆଯାଇଥିଲା। ଆଶ୍ରମକୁ କିଏ ଆସୁଥିଲେ, ଘଟଣା ଦିନ କିଏ କିଏ ଥିଲେ ସେ ସଂପର୍କରେ କେୟାରଟେକରଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ। ମାନସଙ୍କ ଶେଷ ଚିଠି ସଂପର୍କରେ ମଧ୍ୟ ଖୋଳତାଡ଼ ହେଉଛି।

Advertisment

ଏହା ପରେ ମାନସଙ୍କ ମୃତଦେହ ଫିଙ୍ଗା ଯାଇଥିବା ରଣପୁରର ଘଟଣାସ୍ଥଳ ଓ ମାନସଙ୍କ ନିଜ ଘର ଓ ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣା ଟିଭି ଅଫିସକୁ ଯାଇ ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ। ଆଗରୁ ଚାନ୍ଦବାଲି ଥାନା ଓ ଅପହରଣ ସ୍ଥଳ ପଳାସପୁରକୁ ମଧ୍ୟ ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଆଉ ଏକ ଟିମ୍ ରାଜ୍ୟ ବାହାରେ ଶର୍ମିଷ୍ଠାଙ୍କୁ ଖୋଜୁଛି।

Cameraman Manas Murder Case Eyewitness
Advertisment
Advertisment