• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

10-year-old boy hacked to death
୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ପଡ଼ୋଶୀ

୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଭଟାଗୁଡା ଗାଁରେ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି।

police station
ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାରେ ପହଞ୍ଚିଲେ ମହିଳା

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହେଲେ ମହିଳା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବେହେରା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

Ganjam Murder Case
ସୀମା ଟପିଲା ନୃଶଂସତା: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

ପ୍ରେମ ଓ ପ୍ରତାରଣାରୁ ଜଘନ୍ୟ ହତ୍ୟାକାଣ୍ଡ। ନା ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଗତକାଲି ସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରର ଏହି ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ । ମୃତ୍ୟୁ ସହ ପ୍ରାୟ ୨ ଘଣ୍ଟା ଯୁଝିବା ପରେ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଖି ବୁଜିଦେଇଥିଲେ ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ହେଲେ ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଯାଇଥିଲେ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ।

Suicide
ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା, ଲକ୍‌ଡାଉନ୍‌-ସଟ୍‌ଡାଉନ୍‌ ନେଉଛି ଜୀବନ ! ଜାଣନ୍ତୁ ପୁରା ରିପୋର୍ଟ..

ପାରିବାରିକ ହେଉକି ବ୍ୟକ୍ତିଗତ, ବିଭିନ୍ନ କାରଣକୁ ନେଇ ବଢୁଛି ଆତ୍ମହତ୍ୟା ପ୍ରବଣତା । ତେବେ କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣ ଭୟ ଏହି ସଂଖ୍ୟାକୁ ଆହୁରି ବଢ଼ାଇ ଦେଇଛି ।

Operation Monsoon
ନକ୍ସଲଙ୍କ ସହିଦ ସପ୍ତାହ ବେଳେ ପୋଲିସର ‘ଅପରେସନ୍‌ ମନସୁନ୍‌’, ମହିଳା କମାଣ୍ଡୋ ବି ସାମିଲ..

ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।

Ganjam Duplicate Liquor
ସାବଧାନ ! ପୁଣି ଧରା ପଡ଼ିଲା ନକଲି ମଦ, ଦେଖିବାକୁ ଅବିକଳ ବିଦେଶୀ ବ୍ରାଣ୍ଡ

ବ୍ରହ୍ମପୁର: ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ । ଗଞ୍ଜାମ ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍‌ର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

Farmer attack
ଗଞ୍ଜାମରେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସାର କଳାବଜାରୀ ନେଇ ଶତାଧିକ ଚାଷୀ ପ୍ରତିବାଦ କରିବା ସହ ସୋସାଇଟି ସେକ୍ରେଟାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଏନେଇ ସୋସାଇଟି ସେକ୍ରେଟାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

haider-ali
ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ

ସେପଟେ, ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା।

Alleged murder of young girl
ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଟ୍ୱିଷ୍ଟ୍‌: ପ୍ରେମିକ ମାନିଲା ପ୍ରେମ ସମ୍ପର୍କ, ହେଲେ...

ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। 

women suicide attempt
’ମୋତେ ଛାଡ଼ ମୁଁ ଡେଇଁବି’ : କୁଆଖାଇ ନଦୀ ଉପରେ ଘଣ୍ଟାଏ ନାକେଦମ କଲେ ଯୁବତୀ

ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ ।

soumya and bidya bharati
କେମିତି ଥିଲା ସୌମ୍ୟ-ବିଦ୍ୟାଭାରତୀଙ୍କ ସମ୍ପର୍କ ? ମୁହଁ ‌ଖୋଲିଲେ ଡ୍ରାଇଭର

ଦିନକୁ ଦିନ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

girl burn alive
ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ

ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି। 

Rourkela
ପିଲା ଚୋରିର ହବ୍‌ ପାଲଟିଛି ରାଉରକେଲା

ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି।

Haider Case
ହାଇଦର ନାଁରେ ଚାଲିଥିବା ମାମଲା ଚାଲିବ ନା ସରିଯିବ?

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା

matric Student Attempt Suicide
ଜାଣିଶୁଣି ଫର୍ମ ଫିଲ୍‌ଅପ୍ କରାଇଲେନି ସାର୍‌ ! ସ୍କୁଲ ସମ୍ମୁଖରେ ମା’-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

BBSR attack
କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।

Subhadra and Dillip
ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।

Child abducted in raurkela
ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା: ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।

Bhubaneswar Case
ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି।

Hyder
କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।

Two Youths Chased
ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା।

Soumya bidyaBharati
ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।

OHRC filed case
ହାଇଦର ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।

woman allegedly raped
ପିଶାଚ ସାଜିଲା ସ୍ୱାମୀ: ମାଲିକ ସହ ମିଶି ଦୁଷ୍କର୍ମ ପରେ ସ୍ତ୍ରୀର ଚୁଟି କାଟିଦେଲେ

ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

Gangster Hyder
କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି।