• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟମାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକରେ ପହଞ୍ଚିଛି । ତଦନ୍ତ ଅଧିକାରୀ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଭଦ୍ରକ ଏସ୍ପି ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାମଲା ଓ ଭଦ୍ରକ ପୋଲିସ କରିଥିବା ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଏସ୍ପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ଆଉ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ମଧ୍ୟ ଯାଇଛି । ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ବୋଲି କୁହାଯାଇଛି । ଏହା ପୂର୍ବରୁ ଗତକାଲି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ନ୍ୟୁଜ୍ ପୋର୍ଟାଲ ଅଫିସକୁ ସିଲ୍ କରିଥିଲା ଚାନ୍ଦବାଲି ପୋଲିସ । ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ଅଫିସ୍‌ରେ ସଂଧ୍ୟାରେ ପୋଲିସ ରେଡ୍ କରିଥିଲା । ତାସହ ୨ଟି କମ୍ପ୍ୟୁଟର୍‌ ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌କୁ ପୋଲିିସ ଜବତ କରିଥିଲା । 

ଗତକାଲି ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଗିରଫ କରିଛି ପୋଲିସ । ମାନସଙ୍କୁ ଅପହରଣଠୁ ମୃତଦେହ ପୋତିବା ଯାଏଁ ବ୍ୟବହୃତ କାର୍ ମଧ୍ୟ ମିଳିଯାଇଛି । ଅନ୍ୟତମ ମାଷ୍ଟରମାଇଣ୍ଡ ନିରଂଜନ ସେଠୀ ବି କଷ୍ଟୋଡିକୁ ନିଆଯାଇଛି । ଅଥଚ ପାୱାର୍ କରିଡରର ଜଣାଶୁଣା ଶର୍ମିଷ୍ଠା ଏବେ କେଉଁଠି ? ଜାଣିପାରୁନି ପୋଲିସ । ତେବେ ରାଜ୍ୟର ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠାଙ୍କ ଲିଙ୍କ୍ ଅଭିଯୋଗ ପରେ ମାମଲାର ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ ।

ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?

OD-02 BA 6599 ଏହି କାରରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ଦୟାଲ୍ ଆଶ୍ରମକୁ ଆଣିଥିଲେ ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସହ ୫ ଜଣ । ଆଉ ମରଣାନ୍ତକ ଆକ୍ରମଣ ଯୋଗୁଁ ପ୍ରାଣ ହରାଇବା ପରେ ମାନସଙ୍କ ମୃତଦେହକୁ ଆଗ ଓ ପଛ ସିଟ୍ ମଝିରେ ତଳେ ରଖି ନୟାଗଡ଼ ବଧିପାଟଣା ପାଖ ପାହାଡ଼ ନିକଟକୁ ନେଇ ପୋତି ଦେଇଥିଲେ ।

ଏହି କାରକୁ ବିଳମ୍ବରେ ହେଲେ ବି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟରୁ ଜବତ କରିଛି ଚାନ୍ଦବାଲି ପୋଲିସ । ଯେଉଁଥିରେ ଲାଗିଛି ସମ୍ପୂର୍ଣ୍ଣା ନ୍ୟୁଜ୍‌ ୱେବ୍‌ ପୋର୍ଟାଲର ଷ୍ଟିକର । ଏହି ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ପୋଲିସ ତଦନ୍ତ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ କରିଥିବା ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now