Advertisment

ମହଙ୍ଗା ପଡ଼ିଲା ମିଛ ମାମଲା ରୁଜୁ କରି ଗିରଫ କରିବା

ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା।

author-image
Chandan Shishu
False Case Filed

False Case Filed

ବେଆଇନ ଗୋଚାଲାଣ ଘଟଣାରେ ମିଛ ମାମଲା ରୁଜୁକରି ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ଗିରଫ କରିବା ପୋଲିସ ପାଇଁ ପଡିଲା ମହଙ୍ଗା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ତତ୍କାଳୀନ ଆଇଆଇସି ସଲୀଳ ପ୍ରଧାନ ଓ SI ପ୍ରଦୋଶ ପଟ୍ଟନାୟକ ଓ ଗୁଣଧର ମଳିକଙ୍କ ନାଁରେ ଥାନାରେ ମାମଲା ରୁଜୁ ହେବା ସହ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

Advertisment

ଆବେଦନକାରୀ କମଳିନୀ ଆଚାର୍ଯ୍ୟଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣିକରି କୋର୍ଟ ଏହି ଘଟଣାର ଆଇନ ସମ୍ମତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧  ନଭେମ୍ବର ୨୮ତାରିଖ ରାତି ୧୨ଟା ବେଳେ ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା।

ଖବର ପାଇ ସମାଜିକ କର୍ମୀ ସୁବାଶିଷ ଷଡଙ୍ଗୀ ଓ ସଂଜୟ ବ୍ରହ୍ମା ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ନଯିବାରୁ ଥାନାକୁ ଆସି ଏସମ୍ପର୍କରେ ପଚାରିଥିଲେ। ଥାନାରେ ସୁବାଶିଷ ଷଡଙ୍ଗୀ, ସଞ୍ଜୟ ବ୍ରହ୍ମା ,ଓ ଖବର ସଂଗ୍ରହ ପାଇଁ ଯାଇଥିବା ଦୁଷ୍ମନ୍ତ ଆଚାର୍ଯ୍ୟଙ୍କୁ  ଆଇଆଇସି ଓ SI ମାଡ଼ ମାରିବା ସହ ଗାଳିଗୁଲଜ କରି  ମିଥ୍ୟା କେସରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲେ।  

Advertisment
Illegal Arrest Odisha Police High Court
Advertisment
Advertisment