Advertisment

ସେବାୟତ କୃଷ୍ଣଚନ୍ଦ୍ରଙ୍କୁ କେମିତି କଲେ ହତ୍ୟା ? କ୍ରାଇମ ସିନ୍ ରିକ୍ରିଏଟ ବେଳେ ସତ ଓଗାଳିଲେ ଅଭିଯୁକ୍ତ

ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ।

author-image
Rajalaxmi Sahoo
Police Recreates Crime Scene In Puri

Police Recreates Crime Scene In Puri

ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଓରଫ ଟୁଟୁ ମହାପାତ୍ର, କୁନମୁନି ସୁଆରଙ୍କୁ ନେଇ ପୋଲିସ ବାରବାଟୀ ଯାଗା ପରିସରରେ ସିନ୍ ରିକ୍ରିଏଟ କରିଛି।

Advertisment

କେମିିତି ଉଭୟ ହତ୍ୟାକାଣ୍ଡ ଘଟାଇଥିଲେ ? ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଜାଗାକୁ ଆସି ଚଉତରାର କେଉଁ ସ୍ଥାନରେ ବସିଥିଲେ ? କୁନମୁନି ଓ ଟୁଟୁ କେଉଁ ବାଟ ଦେଇ ଆସିଲେ ? ଟୁଟୁ ପଛପଟକୁ କିଭଳି ଯାଇ ଗୁଳି ମାରିଲା, ସେ ସବୁକୁ ଦୁଇ ଅଭିଯୁକ୍ତ ପୋଲିସ ଆଗରେ ସିନ୍ ରିକ୍ରିଏଟ କରିଥିଲେ।

ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ। ଆବଶ୍ୟକ ପଡିଲେ ଅନ୍ୟ ଦୁଇ ଅଭିଯୁକ୍ତ ହରି ପଣ୍ଡା ଓ ଆଶିଷ ଓରଫ ବାବା ମହାପାତ୍ରଙ୍କୁ ନେଇ ମଧ୍ୟ କ୍ରାଇମ ସିନ୍‌ ରିକ୍ରିଏଟ୍ କରାଯିବ ବୋଲି ଏସ୍‌ପି କହିଛନ୍ତି। ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କୁ ଜେରା କରିବାକୁ ପୋଲିସ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା। 

Advertisment

ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। ଏହାସହ ପୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଏସ୍‌ପି। 

Krushna Chandra Pratihari Murder Puri Srimandir Servitor Murder Case Srimandir Sevayat Murder
Advertisment
Advertisment