Advertisment

ବନ୍ଦ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Firing In Bhubaneswar

Firing In Bhubaneswar

ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ହେଲେ ତା’ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ପାଦରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଦୁଇ ଦିନ ଭାରତ ବନ୍ଦ ଡାକରା ଦିଆଯାଇ ଥିବାରୁ ଗତକାଲିଠୁ ପେଟ୍ରୋଲ ପମ୍ପ ଗୁଡ଼ିକରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ଯୁବକ ତେଲ ପକାଇବା ପାଇଁ ଇନୋଭାରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଆସିଥିଲେ। ଏହି ସମୟରେ ତେଲ ପକାଇବା ବେଳେ ସେମାନେ ଗଣ୍ଡଗୋଳ କରିଥିଲେ। ଆଗ ପେଟ୍ରୋଲ ପକାଇବା ପାଇଁ ଯୁବକ ଦ୍ୱୟ କହିଥିଲେ। ଏନେଇ ବଚସା ହୋଇଥିଲା। ଏହାପରେ ସ୍ଥାନୀୟ କିଛି ଯୁବକଙ୍କୁ ସେମାନେ ଡକାଇ ଥିଲେ ଓ ଘଟଣା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଦ୍ୱୟଙ୍କ ମଧ୍ୟରୁ ଜଣେ ଗୁଳିମାଡ଼ କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଗୁଳିମାଡ଼ରେ ଆହତ ହୋଇଥିଲେ। ଆହତ ଯୁବକ ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡ଼ିଛି। 

Advertisment

ଘଟଣାପରେ ଯୁବକ ଦ୍ୱୟ ଫେରାର ଅଛନ୍ତି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଏବଂ ବଡ଼ଗଡ଼ ଥାନା ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଛାନ୍‌ଭିନ୍‌ ଚଳାଇଛନ୍ତି।

Firing Firing In Bhubaneswar
Advertisment
Advertisment